କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ଅନ୍ତର୍ଗତ ସମଗିରି ନିକଟରେ ଆଜି ସକାଳୁ ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଇଛି ଗୋଟିଏ ବୋଲେରୋ। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଘଟଣା ସ୍ଥଳରେ ଚାରି ଜଣ ମୃତ୍ୟୁବରଣ କରିଥିବା ବେଳେ ଚାରିଜଣ ଗୁରୁତ୍ବର ଆହାତ ହୋଇ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତୀ ହୋଇଛନ୍ତି ଓ ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି। ସୂଚନା ଅନୁଯାଇ ଗତ କାଲି ସଂନ୍ଧ୍ୟା ରେ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବାଦଳା ଅଞ୍ଚଳର ୧୦ ଜଣ ଲୋକ ବଳଦ କିଣିବା ପାଇଁ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁରର ପିଠାଗୋଳାକୁ ଆସୁଥିଲେ। ତେବେ ଅତ୍ୟଧିକ କୁହୁଡି କାରଣରୁ ଗାଡିଟି ଭାରସାମ୍ୟ ହରାଇ ସମଗିରି ନିକଟରେ ରାସ୍ତା ପାର୍ଶ୍ବ ରେ ଥିବା ଏକ ଗଛରେ ଧକ୍କା ଦେଇଥିଲା। ତେବେ ଦୁର୍ଘଟଣାର ଖବର ପାଇ ତୁରନ୍ତ ୧୦୮ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଁଚି ଆହତ ମାନଙ୍କୁ ଉଦ୍ଧାର କରିଛି ଓ ପୋଲିସ ମୃତଦେହକୁ ଜବଦ କରି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ ।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0