ଗଞ୍ଜାମ: ଗଞ୍ଜାମର ଟିକିଟି ବାହୁଡା ହ୍ରଦରୁ ଉଦ୍ଧାର ହୋଇଥିବା ହାତୀ ଛୁଆକୁ ଢେଙ୍କାନାଳସ୍ଥିତ କପିଳାଶକୁ ସ୍ଥାନାନ୍ତରିତ କରାଯାଉଛି । ଏସମ୍ପର୍କରେ ଢେଙ୍କାନାଳ ଡିଏଫଓ କହିଛନ୍ତି ଯେ ହାତୀ ଛୁଆ ପାଇଁ ସ୍ୱତନ୍ତ୍ର ଘର ପ୍ରସ୍ତୁତ ହେଉଛି। ଏଥିସହିତ ଥଣ୍ଡା ଦାଉରୁ ରକ୍ଷା ପାଇବା ପାଇଁ ଘରେ ସ୍ୱତନ୍ତ ବନ୍ଦୋବସ୍ତ କରାଯିବ। କପିଳାଶରେ ପୂର୍ବରୁ ଥିଲେ ୪ ଟି ହାତୀ। ଏହି ହାତୀ ଛୁଆକୁ ମିଶାଇଲେ ମୋଟ୍ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଛୁଆ ହାତୀ ସହ କପିଳାଶରେ ରହିଛି ଆଉ ଏକ ଛୁଆ ହାତୀ । ତା’ର ନା ହିରୋ । ଏବେ ଏହି ଛୁଆ ହାତୀ ଓ ହିରୋ ୨ ବନ୍ଧୁ ହେବେ ।ଆଜି ଗଞ୍ଜାମର ଟିକିଟି ସ୍ଥିତ ସୋରଳରୁ ଉଦ୍ଧାର ହୋଇଥିବା କୁନି ହାତୀଛୁଆ କପିଳାଶ ଚିଡିଆଖାନାକୁ ପଠାଯାଇଛି। ହାତୀ ଛୁଆକୁ ସ୍ଥାନାନ୍ତରିତ କରିବା ଲାଗି ୱାଇଲ୍ଡ ଲାଇଫ ପିସିସିଏଫ ସିଫ୍ଟିଂ ପାଇଁ ଅନୁମତି ଦେଇଥିଲେ । ଯାହାକୁ ଦୃଷ୍ଟିରେ ରଖି ହାତୀ ସିଫ୍ଟ ପ୍ରକ୍ରିୟା ଆରମ୍ଭ କରାଯାଇଛି । ସ୍ୱାସ୍ଥ୍ୟ ପରୀକ୍ଷା ପରେ ସ୍ୱତନ୍ତ୍ର ଗାଡି ଯୋଗେ ହାତୀ ଛୁଆକୁ କପିଳାଶ ପଠାଯାଇଛି। ଏନେଇ କପିଳାଶ ଚିଡିଆଖାନାରେ ସମସ୍ତ ବନ୍ଦୋବସ୍ତ କରାଯାଇଛି। ଏହା ପୂର୍ବରୁ ହାତୀ ଛୁଆକୁ ପ୍ରଥମେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ସ୍ଥାନାନ୍ତରଣ କରିବାକୁ ବ୍ୟବସ୍ଥା କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ କପିଳାଶ ପଠାଇବାକୁ ଯୋଜନା କରାଯାଇଛି ।



Visitors Today : 2
Total Visitors : 130441
Total Views : 9891975
Visitors Online Now : 0