ବଡ଼ଚଣା- ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ସମିଆଁ ଗ୍ରାମପଞ୍ଚାୟତ ଅଧିନସ୍ଥ ସମିଆଁ ଗ୍ରାମର ମା ଶାରଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ଵାରା ସପ୍ତମ ବର୍ଷ ପାଇଁ ଧାନ ମଣ୍ଡି ଉଦଘାଟନ ହୋଇଯାଇଛି। ସରକାରୀ ସ୍ୱୀକୃତି ପ୍ରାପ୍ତ ଉକ୍ତ ସ୍ଵୟଂ ଶହାୟକ ଗୋଷ୍ଠୀଟି ଦଶ ଜଣ ମହିଳା କାର୍ୟ୍ୟକର୍ତାଙ୍କ ଉପସ୍ଥିତ ରେ ଗୋଷ୍ଠୀର ସଭାନେତ୍ରୀ ରାଜଳଷ୍ମୀ ରାୟ ଓ ସମ୍ପାଦିକା ଗେଲ୍ଲୀ ସାମଲଙ୍କ ଦ୍ଵାରା ଏହା ଅନୁଷ୍ଠିତ ହେବା ସହିତ ସମିଆଁ ଗ୍ରାମପଞ୍ଚାୟତ ସହ ଆଖପାଖ ଗ୍ରାମପଞ୍ଚାୟତର ଚାଷୀ ଉପସ୍ଥିତ ରହି ଉଦ୍ଘାଟନ ଉଛବରେ ଚାରିସହ କୁଇଣ୍ଟାଲ ଧାନ ପ୍ରଥମ ଦିନରେ ସଂଗ୍ରହ କରାଯାଇଛି। ୨୬ ଟୁକନ ସଂଗ୍ରହ ହେବା ସହ ୧୨ଜଣ ଚାଷିଙ୍କ ଠାରୁ ସରକାରୀ ମୂଲ୍ୟରେ ୧୮୬୫ ଟଙ୍କା ହିସାବରେ ଧାନ ସଂଗ୍ରହ କରାଯାଇଛି। କୁଇଣ୍ଟାଲ ପିଛା ଗୋଷ୍ଠୀ ପକ୍ଷରୁ ଧାନ ସଂଗ୍ରହ ମାର୍ଚ୍ଚ ମାସ ୩୧ ତାରିଖ ପର୍ୟ୍ୟନ୍ତ ଚାଲୁ ରହିବ ବୋଲି ସୂଚନା ମିଳିଛି। ଗୋଷ୍ଠୀ ର ସମସ୍ତ କାର୍ୟ୍ୟକର୍ତା ସହ ସ୍ଥାନୀୟ ଚାଷୀ ମାନେ ସ୍ୱୟଂ ସହାୟକ ଗୋଷ୍ଠିକୁ ଧନ୍ୟବାଦ ଦେବା ସହ ଗୋଷ୍ଠି ମାଧ୍ୟମରେ ଭଲ ଲାଭବାନ ହେଉଛନ୍ତି ବୋଲି କହିଛନ୍ତି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0