spot_img

ଭଦ୍ରକ ଜିଲ୍ଲାରେ ନୂଆବର୍ଷ ପାଇଁ କଟକଣା ଲାଗୁ

ଭଦ୍ରକ: ନୂଆ ବର୍ଷ ପାଇଁ ସାରା ରାଜ୍ୟରେ ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଲାଗିଛି । ଏପରିକି ସାରା ରାଜ୍ୟରେ ଗୁରୁବାର ରାତି ୧୦ଟାରୁ ଲାଗୁ ହେବ ନାଇଟ କର୍ଫ୍ୟୁ । ସେହିପରି ଭଦ୍ରକ ଜିଲ୍ଲାରେ ମଧ୍ୟ ଲାଗୁହେବ ନାଇଟ କର୍ଫ୍ୟୁ । ୩୧ ତାରିଖ ରାତି ୧୦ରୁ ୧ ତାରିଖ ସକାଳ ୫ ପର୍ୟ୍ୟନ୍ତ କର୍ଫ୍ୟୁ କଟକଣା ରହିବ । ସର୍ବସାଧାରଣଙ୍କ ଗମନାଗମନ ଓ ନୂଆବର୍ଷ ପାଳନ ଉପରେ ମଧ୍ୟ କଟକଣା ଲାଗୁ ହେବ। କର୍ଫ୍ୟୁ ସମୟରେ କିନ୍ତୁ ଜରୁରୀକାଳୀନ ସେବା ଜାରି ରହିବ । ଜନ ସମାଗମକୁ ଦୃଷ୍ଟିରେ ରଖି ନାଇଟ୍ କର୍ଫ୍ୟୁ ଜାରି କରାଯାଇଛି । ତେବେ ଏହି କର୍ଫ୍ୟୁ ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ । ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ନିୟୋଜିତ କରାଯିବ । ଏନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular