spot_img

‘ଶ୍ରୀ ଜଗନ୍ନାଥ ମହାପ୍ରଭୁ ବିଜେ’ ଲେଖାକୁ ନେଇ ଜନ ଅସନ୍ତୋଷ

ଖୋର୍ଦ୍ଧା :ଜମିପଟ୍ଟାରେ ନା’ ଲେଖାକୁ ନେଇ ଜନଅସନ୍ତୋଷ । ଜମି ପଟ୍ଟାରେ ଜମିଦାରଙ୍କ ନାମ, ଓଡ଼ିଶା ସରକାରଙ୍କ ପରିବର୍ତେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ବିଜେ ଲେଖାକୁ ନେଇ ଜନ ଅସନ୍ତୋଷ ଦେଖାଦେଇଛି । ଖୋର୍ଦ୍ଧା ତହସିଲ ଅନ୍ତର୍ଗତ ନରଣଗଡ଼ ପଂଚାୟତର ଏହିଭଳି ଘଟଣା ଦେଖିବାକୁ ମିଳିଛି । ଯାହା ଦ୍ୱାରା ପଂଚାୟତର ପ୍ରତ୍ୟେକ ଗ୍ରାମବାସୀ ସେମାନଙ୍କ ନିଜ ଜମି ମାଲିକାନାରୁ ବଂଚିତ ହୋଇଛନ୍ତି । ମାତ୍ର ସେହି ଅଞ୍ଚଳରେ ଭୋଗ ପଥର ମୁଣ୍ଡିଆକୁ ସରକାର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମକୁ ବଦଳାଇ ଓଡିଶା ସରକାରଙ୍କ ନାମରେ ନାମିତ କରି ଓଏମସିଙ୍କୁ ଲିଜ ଦେଇଛନ୍ତି । ଏହି ଘଟଣା ଜାଣିବା ପରେ ସ୍ଥାନୀୟ ଅଧିବାସୀମାନେ ଏ ଘଟଣାକୁ ନେଇ ଆନେ୍ଦାଳନ ଆରମ୍ଭ କରିଛନ୍ତି । ସେମାନେ ଭିଟାମାଟି ବଞ୍ଚାଅ ସଂଗ୍ରାମ ସମିତି ଗଠନ କରି ଲିଜ ଦିଆଯାଇଥିବା ଜାଗାରେ ବସି ଆନେ୍ଦାଳନ କରିଛନ୍ତି । ଏହି ଖବର ପାଇ ଖୋର୍ଦ୍ଧା ତହସିଲଦାରଙ୍କ ସହ ପୁଲିସ ଅଧିକାରୀ ପହଞ୍ଚି ଆନେ୍ଦାଳନରତ ଅଧିବାସୀମାନଙ୍କୁ ଭେଟିଛନ୍ତି । ଆସନ୍ତା ୬ ତାରିଖରେ କ୍ଷତିଗ୍ରସ୍ତ ସମସ୍ତ ଅଧିବାସୀଙ୍କ ସହିତ ଜିଲ୍ଲାପାଳ ଆଲୋଚନା କରି ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular