ନୂଆଦିଲ୍ଲୀ ୩୧/୧୨ : ଜାନୁୟାର ୧ ତାରିଖରୁ ସମସ୍ତ ଜିଓ କଲ ମାଗଣା ହେବ । ରିଲାଏନ୍ସ ଜିଓ ଗ୍ରାହକଙ୍କ ପାଇଁ ଏହି ଖୁସି ଖବର କମ୍ପାନୀ ତରଫରୁ ଜାରି କରାଯାଇଛି। ପୁଣି ଥରେ ଜିଓ ତାର କଷ୍ଟୋମରମାନଙ୍କ ପାଇଁ ଅଫନେଟ୍ ଡୋମେଷ୍ଟିକ୍ କଲ ଫ୍ରି କରିବାକୁ ଯାଉଛି । ଅର୍ଥାତ ୧ ଜାନୁୟାରୀ ପରେ ଇଣ୍ଟରକନେକ୍ଟ ୟୁସେଜ୍ ଚାର୍ଜେସ୍ (ଓଟଉ) ଲାଗିବ ନାହିଁ । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଓଟଉ ଚାର୍ଜ ଶେଷ ହେବା ମାତ୍ରେ ଭଏସ୍ କଲ ଫ୍ରି ହୋଇଯିବ । ଜିଓ ପୁଣି ଥରେ ସମସ୍ତ ଅଫନେଟ୍ କଲ ୧ ଜାନୁୟାରୀ ୨୦୨୧ରୁ ଫ୍ରି କରିବାକୁ ଯାଉଛି । ଏହା ସହିତ କମ୍ପାନୀ ସ୍ପଷ୍ଟ କରିଛି ଯେ, ଜିଓ ନେଟଓ୍ବର୍କ ଅଫନେଟ୍ର କଲ ଆଗରୁ ମାଗଣା ଉପଲବ୍ଧ ଥିଲା ।ଏହା ସହିତ ଗ୍ରାହକମାନଙ୍କୁ ଆଶ୍ବାଦନା ଦେଇ କମ୍ପାନୀ କହିଛି ଯେ, ଯଦି ରେଗୁଲେଟର ପକ୍ଷରୁ କୌଣସି ଦେୟ ଲଗାଯିବ ତେବେ କେବଳ ସେହିମାନଙ୍କୁ ଦେୟ ଦେବାକୁପଡିବ । ତେବେ ରିଲାଏନ୍ସ ଜିଓର ଏପରି ଘୋଷଣା ପରେ ସେୟାର ବାଜରରେ ମଧ୍ୟ ଏହାର ପ୍ରଭାବ ପଡିଛି । ଜିଓର ପ୍ରମୁଖ ପ୍ରତିଦ୍ବନ୍ଦୀ ଭାରତୀ ଏୟାରଟେଲର ସେୟାରରେ ପ୍ରାୟ ୨ ପ୍ରତିଶତ ହ୍ରାସ ପାଇଛି ।ସେପ୍ଟେମ୍ବର ୨୦୧୯ରେ ଟେଲିକମ ରେଗୁଲେଟର ଟ୍ରାଇର ଫଇସଲା ଅନୁଯାୟୀ ଜିଓ ତାର ଗ୍ରାହକମାନଙ୍କ ଠାରୁ ଇଣ୍ଟରକନେକ୍ଟ ୟୁସେଜ୍ ଚାର୍ଜେସ୍ (ଓଟଉ) ଆଦାୟ କରିବା ଆରମ୍ଭ କରିଦେଇଥିଲା । ଏହି ପ୍ରକ୍ରିୟା ଜାନୁୟାରୀ ୨୦୨୦ରୁ ଡିସେମ୍ବର ୨୦୨୦ ଯାଏ ଜାରି ରହିଥିଲା । ତେବେ ଜାନୁୟାରୀ ୧ ତାରିଖରୁ ଏହି ନିୟମରେ ପରିବର୍ତ୍ତନ ହେବା ସହିତ ଗ୍ରାହକଙ୍କୁ ମାଗଣା କଲର ପାଇଁ ଘୋଷଣା କରିଛି ରିଲାଏନ୍ସ ଜିଓ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0