ମୋହନା : ଗଜପତି ଜିଲ୍ଲାରେ ଅପରେସନ ଗ୍ରୀନ କ୍ଲିନ। ପ୍ରାୟ ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ । ମୋହନା ଥାନା ମଧୁରଆମ୍ବ ଗାଁ ନିକଟସ୍ଥ କଳାମେରି ମୌଜାରେ ଗଞ୍ଜେଇ ଚାଷ ହେଉଥିବା ନେଇ ଖବର ପାଇଥିଲା ଅବକାରୀ ବିଭାଗ । ପ୍ରାୟ ୯୫ ଏକର ଜମିରେ ଏହି ଗଞ୍ଜେଇ ଚାଷ ହୋଇଥିବା ବେଳେ ଯାହାର ଆନୁମାନିକ ମୂଲ୍ୟ ୧୯ କୋଟି ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଏହି ଗଞ୍ଜେଇ ଗଛ ଗୁଡିକୁ କାଟିବା ସହ ପୋଡି ନଷ୍ଟ କରିଛନ୍ତି ମିଳିତ ବାହିନୀ । ଗତ ଦୁଇ ମାସ ଧରି ଗଜପତି ଜିଲ୍ଲାରେ ଏହି ଅଭିଯାନ ଚାଲିଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୪ ଶହ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା ପୋଲିସ ସୂଚନା ଦେଇଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0