ଯାଜପୁର: ଆଜିବି ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ଗ୍ରାମବାସୀ । ନା ରହିବା ପାଇଁ ପକ୍କା ଘର ଅଛି, ନା ପିଇବା ପାଇଁ ସ୍ୱଚ୍ଛ ପାନୀୟ ଜଳ । ଆଜିବି ବେସାହାରା ଅନେକ ପରିବାର । ସରକାରୀ ଯୋଜନା ଏଠି ସାତ ସପନ । ଏହା ହେଉଛି ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ପାରିଆ ଗ୍ରାମପଞ୍ଚାୟତ ବରଗଡା ଗ୍ରାମର ଅଭାବୀ ଓ ଅବହେଳିତ ଦୃଶ୍ୟ । ରାଜ୍ୟ ସରକାରଙ୍କ କାହିଁ କେତେ ଯୋଜନା କାର୍ଯ୍ୟକାରୀ ହେଉଛି ମାତ୍ର ଏଠାର ବାସ୍ତବ ଚିତ୍ର ଆପଣ ଆଖିରେ ଦେଖିଲେ ହିଁ ଅନୁଭବ କରିବେ । ବରଗଡା ଗ୍ରାମରେ ଦୀର୍ଘ ୫୦ ବର୍ଷ ଧରି ଅନୁସୂଚିତ ଜନଜାତି ପରିବାର ବସବାସ କରନ୍ତି । ଏମାନେ କିନ୍ତୁ ସରକାରଙ୍କ ସମସ୍ତ ଯୋଜନାରୁ ବଞ୍ଚିତ । ଏଠାରେ ସମସ୍ତ ପରିବାର ଭୂମିହୀନ ହୋଇଥିଲେ ମଧ୍ୟ ସେମାନଙ୍କୁ ମିଳୁନି ସରକାରୀ ପଟା । କେବଳ ସେତିକି ନୁହେଁ ସେମାନଙ୍କ ପାଖରେ ସ୍ୱଚ୍ଛ ପାନୀୟଜଳ କି ପରିମଳ ବ୍ୟବସ୍ଥା ମଧ୍ୟ ନାହିଁ । ପାନୀୟ ଜଳ ପାଇଁ ସମସ୍ତେ ମାଇଲ ମାଇଲ ବାଟ ଚାଲି ରାସ୍ତା ଆର ପାରିରୁ ଏକ କୂପ ଉପରେ ନିର୍ଭର କରୁଛନ୍ତି । ଆଜିବି ଆବାସ ଟିଏ ସ୍ୱପ୍ନ ପାଲଟିଥିବା ବ୍ଳେେ ଝାଟିମାଟି ଚାଳ ଛପର ଘରେ ବିତୁଛି ଅନେକ ନିରୀହ ଜୀବନ । ଏହା ପଶ୍ଚିମ ବଡଚଣାର ଜଙ୍ଗଲ ପାହାଡିଆ ଅଞ୍ଚଳ ହୋଇଥିବାରୁ ହାତୀମାନଙ୍କ ଦ୍ୱରାତ୍ମ୍ୟ ମଧ୍ୟ ରହିଛି । ମାତ୍ର ଏମାନଙ୍କ ଅବସ୍ଥା ସତେଯେମିତି କାହା ସାମ୍ନାକୁ ଆସିନାହିଁ । ଗ୍ରାମର ମୁଖ୍ୟ ପାନୀୟ ଜଳ ସମସ୍ୟା ତିନି ବର୍ଷ ତଳେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇ ନିର୍ମାଣ ହୋଇଥିବା ସୋଲାର ପାନୀୟ ଜଳ ଓ ତା ସାଙ୍ଗକୁ ନଳକୂପ ବ୍ୟବସ୍ଥା ଆଜି ଅଚଳ । ଏଠାରେ ସ୍ଥାନୀୟ ପ୍ରଶାସନ ଲୋକଙ୍କ ଅସୁବିଧା ବୁଝିବାକୁ ପହଞ୍ଚି ନଥିବା ବେଳେ ଅଶିକ୍ଷିତ କାରଣରୁ କେହି ବି ଅଭିଯୋଗ କରିନାହିନ୍ତି । ଏପଟେ ସ୍ଥାନୀୟ ପୂର୍ବତନ ସରପଞ୍ଚ ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ଉପରେ ଏନେଇ ଆଙ୍ଗୁଳି ଉଠାଇଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0