ନୂଆଦିଲ୍ଲୀ: କରଦାତାଙ୍କ ପାଇଁ ସମ୍ପ୍ରସାରିତ ହେଲା ଆୟକର ରିଟର୍ଣ୍ଣ ଫାଇଲ ତାରିଖ । ଆୟକର ବିଭାଗ ଆକଳନ ବର୍ଷ ୨୦୨୦-୨୧ (୨୦୧୯-୨୦ ଆର୍ଥିକ ବର୍ଷ)ର ବ୍ୟକ୍ତିଗତ କରଦାତାଙ୍କ ଆୟକର ରିଟର୍ଣ୍ଣ (ଆଇଟିଆର) ଦାଖଲ ତିଥି ଡିସେମ୍ବର ୩୧ରୁ ୧୦ ଜାନୁୟାରୀ ୨୦୨୧କୁ ସମ୍ପ୍ରସାରିତ ହୋଇଛି। ଏ ନଇ ଆୟକର ବିଭାଗ ତାଙ୍କ ଅଧିକାରୀକ ଟ୍ୱିଟ୍ ହ୍ୟାଣ୍ଡଲରେ ଏକ ସୂଚନା ପୋଷ୍ଟ କରିଛନ୍ତି। ଏହା ସହ ଏକ ପ୍ରେସ୍ ବିଜ୍ଞପ୍ତି ମଧ୍ୟ ସେୟାର କରିଛନ୍ତି ଆୟକର ବିଭାଗ । କୋଭିଡ-୧୯ ଲାଗି ବୈଧାନି ସତର୍କତା ପାଳନ କରାଯାଉଥିବାରୁ କରଦାତାମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ବିଜ୍ଞପ୍ତିରେ କୁହାଯାଇଛି। ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ସମୟ ସୀମା ବିସ୍ତାର କରୁଛନ୍ତି। ଏଥିରେ ଆଇଟି ରିଟର୍ଣ୍ଣ ପ୍ରସ୍ତୁତି ନିମନ୍ତେ କରଦାତାଙ୍କୁ ୨୦୨୧ ଜାନୁୟାରୀ ୧୦ ତାରିଖ ପର୍ୟ୍ୟନ୍ତ ସମୟ ସମ୍ପ୍ରସାରଣ କରିଥିବା କୁହାଯାଇଛି। ୨୦୨୦ ଆର୍ଥିକ ବର୍ଷ ଲାଗି ସେବା ଓ ସାମଗ୍ରୀ କର (ଜିଏସଟି) ବାର୍ଷିକ ରିଟର୍ଣ୍ଣ ପ୍ରସ୍ତୁତ କରିବା ଲାଗି ନିର୍ଦ୍ଧାରିତ ତିଥିକୁ ୨୮ ଫେବୃଆରୀ ୨୦୨୧ ପର୍ୟ୍ୟନ୍ତ ବଢାଇ ଦିଆଯାଇଛି। ସେହିପରି ଆୟକର ବିଭାଗଙ୍କ ସୂଚନାରେ କରଦାତାଙ୍କ ଲାଗି ସରକାରଙ୍କ ପକ୍ଷରୁ ସମ୍ପ୍ରସାରିତ ଅନ୍ୟ କର ସମ୍ପର୍କିତ ତିଥିର ମଧ୍ୟ ଟ୍ୱିଟ୍ରେ ବିସ୍ତୃତ ସୂଚନା ଦିଆଯାଇଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0