ଭୁବନେଶ୍ୱର: ପରସ୍ପରକୁ ଶୁଭେଚ୍ଛା ଜଣାଇବା ପାଇଁ ନୂଆବର୍ଷରେ ଅଫିସରେ କେହି ଏକାଠି ହୋଇପାରିବେ ନାହିଁ। ମହାମାରୀ କରୋନାର ଭୟାବହତାକୁ ଦେଖି ଏପରି ନିଷ୍ପତ୍ତି ନିଆଯାଇଛି। ଏକାଠି ନହୋଇ ଭର୍ଚୁଆଲ ମାଧ୍ୟମରେ ଶୁଭେଚ୍ଛା ଜଣାଇବାକୁ କହିଲେ ଏସଆରସି ପ୍ରଦୀପ ଜେନା। ଅନ୍ୟପକ୍ଷରେ କରୋନାର ଭୟ ଦେଖି ରାଜ୍ୟ ସରକାର ସମଗ୍ର ରାଜ୍ୟରେ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି। ଆଜି ରାତି ୧୦ଟାରୁ କାଲି ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି ସରକାର। ନାଇଟ କର୍ଫ୍ୟୁରୁ ଅତ୍ୟାବଶ୍ୟକ ସେବା ବାଦ ଦିଆଯାଇଛି।କରୋନା ସ୍ଥିତି ଏବଂ ନୂଆବର୍ଷ ଓ ଜିରୋ ନାଇଟକୁ ଆଖି ଆଗରେ ରଖି ରାଜ୍ୟ ସରକାର ଏହି କଟକଣା ଜାରି କରିଛନ୍ତି। ଏଥିରେ ସହଯୋଗ କରିବା ପାଇଁ ରାଜ୍ୟବସୀଙ୍କୁ ଏସଆରସି ସମସ୍ତଙ୍କୁ ନିବେଦନ କରିଛନ୍ତି। ସେପଟେ ଜିରୋ ନାଇଟ ଭିଡ ଏଡାଇବା ପାଇଁ କଟକ-ଭୁବନେଶ୍ୱରରେ ୧୪୪ ଧାରା ଜାରି ହୋଇଛି। ଆଜି ରାତି ୯ଟା ସୁଦ୍ଧା ସବୁ କାମ ସାରି ଘରକୁ ଫେରିଯିବାକୁ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ପରାମର୍ଶ ଦେଇଛନ୍ତି। ଏଥିସହ ରାତିରେ ନୂଆବର୍ଷ ଭୋଜି ନକରିବାକୁ କୁହାଯାଇଛି। ଆପାର୍ଟମେଣ୍ଟ, ରେସିଡେନ୍ସିଆଲ ଏରିଆରେ ଭୋଜି ନକରିବାକୁ ପୁଲିସ କମିଶନର ପରାମର୍ଶ ଦେଇଛନ୍ତି।ସୁରକ୍ଷା ଦୃଷ୍ଟିରୁ କଟକ-ଭୁବନେଶ୍ୱରରେ ୪୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0