ନୂଆଦିଲ୍ଲୀ: ଦେଶର ରାଜପଥମାନଙ୍କରେ ରହିଥିବା ଟୋଲପ୍ଲାଜାଗୁଡ଼ିକରେ ଏଣିକି ନଗଦରେ ନୁହେଁ ବରଂ ଫାଷ୍ଟଟାଗ ମାଧ୍ୟମରେ ଟୋଲ ଦେୟ ଆଦାୟ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ସେଥିପାଇଁ ସଡକ ପରିବହନ ମନ୍ତ୍ରାଳୟ ଜାତୀୟ ରାଜପଥରେ ଚଳାଚଳ କରୁଥିବା ଗାଡ଼ିଗୁଡ଼ିକ ପାଇଁ ଫାଷ୍ଟଟାଗକୁ ଆସନ୍ତାକାଲି ଠାରୁ ଅର୍ଥାତ ଜାନୁଆରି ୧, ୨୦୨୧ ଠାରୁ ବାଧ୍ୟତାମୂଳକ କରି ଦେଇଥିଲେ। ତେବେ, ଏହି ନିଷ୍ପତ୍ତିରେ ସାମାନ୍ୟ ପରିବର୍ତ୍ତନ ଆଣିଛନ୍ତି ସଡ଼କ ପରିବହନ ମନ୍ତ୍ରାଳୟ। ଫାଷ୍ଟଟାଗକୁ ବାଧ୍ୟତାମୂଳକ କରିବା ପାଇଁ ପୂର୍ବରୁ ସ୍ଥିରୀକୃତ ହୋଇଥିବା ସମୟସୀମାକୁ ବଢ଼ାଇଛନ୍ତି ମନ୍ତ୍ରାଳୟ। ଆଜି ଏକ ନିର୍ଦ୍ଦେଶନାମା ଜାରି କରି ସଡ଼କ ପରିବହନ ମନ୍ତ୍ରାଳୟ ଫାଷ୍ଟଟାଗ ବାଧ୍ୟତାମୂଳକ କରିବା ପାଇଁ ରହିଥିବା ସମୟସୀମାକୁ ଫେବ୍ରୁଆରି ୧୫, ୨୦୨୧କୁ ବୃଦ୍ଧି କରିଥିବା ଘୋଷଣା କରିଛନ୍ତି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0