spot_img

ଭାରତୀୟ ହକି ଦଳର ପୂର୍ବତନ ଖେଳାଳି ମାଇକେଲ୍ କିଣ୍ଡୋଙ୍କ ପରଲୋକ

ରାଉରକେଲା: ଭାରତୀୟ ହକି ଦଳର ପୂର୍ବତନ ଡିଫେଣ୍ଡର ମାଇକେଲ କିଣ୍ଡୋଙ୍କ ପରଲୋକ । ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ମାଇକେଲ କିଣ୍ଡୋଙ୍କୁ ୭୩ ବର୍ଷ ହୋଇଥିଲା । ଅବିଭାଜିତ ବିହାରର ରାଇଘମାରେ ୨୦ ଜୁନ୍ ୧୯୪୭ରେ ଜନ୍ମଗ୍ରହଣ କରିଥିଲେ ମାଇକେଲ । ପିଲାଟି ଦିନରୁ ବିଦ୍ୟାଳୟରେ ପଢ଼ିବା ବେଳୁ ହକି ପ୍ରତି ଥିଲା ତାଙ୍କ ଆଗ୍ରହ । ସ୍କୁଲ ଶିକ୍ଷା ଶେଷ ପରେ ମାଇକେଲ କିଣ୍ଡୋ ଭାରତୀୟ ନୌସେନାରେ ଯୋଗ ଦେଇଥିଲେ । ଭାରତୀୟ ହକି ଦଳ ପାଇଁ ମାଇକେଲ କିଣ୍ଡୋ ଖେଳିଥିଲେ । ୧୯୭୨ରେ ଭାରତୀୟ ହକି ଦଳ ଗ୍ରୀଷ୍ମ ଅଲିମ୍ପିକରେ କାଂସ୍ୟ ପଦକ ପାଇଥିଲା । ଉକ୍ତ ଟିମର ସଦସ୍ୟ ଥିଲେ ମାଇକେଲ କିଣ୍ଡୋ । ସେହିଭଳି ୧୯୭୫ରେ ହକି ବିଶ୍ୱକପ ଭାରତ ଜିତିଥିବା ବେଳେ ଦଳରେ ଥିଲେ ମାଇକେଲ । ତାଙ୍କୁ ଏଥିପାଇଁ ଅର୍ଜୁନ ପୁରସ୍କାର ମଧ୍ୟ ମିଳିଛି । ମାଇକେଲ ୧୯୬୯ରେ କେନିଆ ବିରୋଧରେ ପ୍ରଥମ ଅନ୍ତର୍ଜାତୀୟ ହକି ଖେଳିଥିଲେ । ପ୍ରଥମ ତିନିଗୋଟି ହକି ବିଶ୍ୱକପରେ ଭାରତୀୟ ଦଳରେ ଖେଳିଥିଲେ ମାଇକେଲ । ପ୍ରଥମ ଆଦିବାସୀ ହକି ଖେଳାଳି ଭାବେ ମାଇକେଲଙ୍କୁ ଅର୍ଜୁନ ପୁରସ୍କାର ମିଳିଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular