ନୂଆଦିଲ୍ଲୀ: ଆଜି ନବବର୍ଷ। ପୁରୁଣା ବର୍ଷର ଶେଷ ପରେ ଏକ ନୂଆବର୍ଷର ଆରମ୍ଭ ହୋଇଛି। ନବବର୍ଷ-୨୦୨୧ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସେ ଚାରି ଚାରିଟି ଟ୍ବିଟ କରି ଦେଶବାସୀଙ୍କୁ ନବବର୍ଷ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ସେ ତାଙ୍କର ପ୍ରଥମ ଟ୍ବିଟରେ ନୂଆବର୍ଷ ନୂଆ ସମ୍ଭାବନା ନେଇ ଆସିଛି ବୋଲି କହିବା ସହ ଦ୍ବିତୀୟ ଟ୍ବିଟରେ ଏକତ୍ର ହୋଇ କାମ କରିବା ସହ ଶାନ୍ତି ଓ ସଦଭାବନା ପ୍ରଦର୍ଶନକୁ ଗୁରୁତ୍ବ ଦେଇଛନ୍ତି। ସେହି ସମାନ କଥାକୁ ତୃତୀୟ ଟ୍ବିଟକୁ କୋବିନ୍ଦ ହିନ୍ଦୀରେ ଲେଖିଥିବା ଦେଖିବାକୁ ମିଳିଛି। ଚତୁର୍ଥ ଟ୍ବିଟରେ ସେ ପ୍ରେମ ଓ କରୁଣା ଭାବକୁ ଗୁରୁତ୍ବ ଦେଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଟ୍ବିଟ ଜରିଆରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଟ୍ବିଟ କରି ଲେଖିଛନ୍ତି, ‘ଆପଣ ସମସ୍ତଙ୍କୁ ନବବର୍ଷ-୨୦୨୧ର ଶୁଭେଚ୍ଛା। ଏହି ବର୍ଷ ଆପଣଙ୍କୁ ସୁସ୍ବାସ୍ଥ୍ୟ ଓ ସମୃଦ୍ଧି ପ୍ରଦାନ କରୁ। ଆଶା ଏବଂ ସୁସ୍ଥତାର ଆତ୍ମା ବିସ୍ତାର ହେଉ।’



Visitors Today : 0
Total Visitors : 130302
Total Views : 9891805
Visitors Online Now : 0