ଆସନ୍ତାକାଲି ଠାରୁ ରାଜ୍ୟରେ କରୋନା ଟିକାର ଡ୍ରାଏ ରନ୍ । ପ୍ରାଥମିକ ପର୍ୟ୍ୟାୟରେ ୩ ଲକ୍ଷ ୭୦ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ଭାକ୍ସିନ ଦିଆଯିବ । ଟିକାର ଡ୍ରାଏ ରନ୍ କରିବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ବନ୍ଦୋବସ୍ତ କରିଛନ୍ତି । ଏନେଇ ଡିଏମଇଟି ସିବିକେ ମହାନ୍ତିଙ୍କ ସୂଚନା ଦେଇଛନ୍ତି । କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ୩୦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହା କାର୍ୟ୍ୟକାରୀ ହେବ । ଏଥିପାଇଁ ଜାଗା ଚିହ୍ନଟ କରାଯାଇଛି । ପ୍ରତ୍ୟେକ ଟିକାକରଣ କେନ୍ଦ୍ରରେ ୨୫ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ସାମିଲ କରାଯିବ । ସବୁ ଟିକାକରଣ କେନ୍ଦ୍ରରେ ଜଣେ ଭ୍ୟାକ୍ସିନେଟରଙ୍କୁ ମିଶାଇ ୫ଜଣିଆ ଟିମ ଉପସ୍ଥିତ ରହିବେ । ଡ୍ରାଏ ରନ ସମୟରେ କୋଭିଡ-୧୯ର ସମସ୍ତ ନିୟମ ପାଳନ କରାଯିବ । ଜାନୁଆରୀ ୨ ତାରିଖରୁ ଅର୍ଥାତ ଆସନ୍ତାକାଲି ଦେଶର ସମସ୍ତ ରାଜ୍ୟରେ କୋଭିଡ ଟିକାର ଡ୍ରାଏ ରନ ଆରମ୍ଭ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା । ଡ୍ରାଏ ରନ ସମୟରେ କୋଭିଡ-୧୯ର ସମସ୍ତ ନିୟମ ପାଳନ କରାଯିବ । ପ୍ରଥମ ପର୍ୟ୍ୟାୟରେ ଦେଶର ୪ଟି ରାଜ୍ୟରେ ହୋଇଥିବା ଭାକସିନ ଡ୍ରାଏ ରନ ସଫଳ ହେବା ପରେ ଏହି ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0