ନୂଆଦିଲ୍ଲୀ : କରୋନା ବିରୋଧରେ ଟିକାକରଣ କାର୍ୟ୍ୟକ୍ରମ ପ୍ରସ୍ତୁତି ଏବେ ଚୂଡ଼ାନ୍ତ ପର୍ୟ୍ୟାୟରେ ପହଞ୍ଚିଛି। ଭାରତରେ ପ୍ରସ୍ତୁତ ଟିକା ଲୋକମାନେ ଖୁବଶୀଘ୍ର ପାଇବେ। ଦେଶରେ କରୋନା ସଂକ୍ରମଣ ମାମଲା କମୁଛି, କିନ୍ତୁ ସଂକ୍ରମଣ କମିବା ସତ୍ତ୍ବେ ଜନତା ଆଦୌ ବେପରୁଆ ହେବା ଉଚିତ ନୁହେଁ। ଟିକାକରଣ ସତ୍ତ୍ବେ ଲୋକମାନଙ୍କୁ କରୋନା ନିୟମାବଳୀ ମାନିବାକୁ ପଡ଼ିବ ଏବଂ କଟକଣା ମଧ୍ୟରେ ରହିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି। ଗୁଜରାଟର ରାଜକୋଟରେ ଏମ୍ସ ହସ୍ପିଟାଲ କୋଠାର ଶିଳାନ୍ୟାସ କରି ମୋଦୀ କହିଛନ୍ତି, ପୂର୍ବରୁ ଆମର ମନ୍ତ୍ର ଥିଲା ‘ଜବ ତକ ଦବାଇ ନହିଁ ଢିଲାଇ ନହିଁ’ । କିନ୍ତୁ ଏବେ ୨୦୨୧ ପାଇଁ ଆମର ମନ୍ତ୍ର ‘ଦବାଇ ଭି, କଡାଇ ଭି’ ହେବା ଉଚିତ। ଔଷଧ ସହ କଟକଣା ମଧ୍ୟ ରହିବ ବୋଲି ମୋଦୀ କହିଛନ୍ତି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0