spot_img

ଗୁଣି ସନ୍ଦେହରେ ମହିଳାଙ୍କ ଗଳକାଟି ହତ୍ୟା ଘଟଣାର ପର୍ଦ୍ଦ।ଫାଶ

ଉଦଳା : ଗୁଣିଗାରେଡି ସନ୍ଦେହରେ ଅତି ବୀଭତ୍ସ ଭାବେ ଗ୍ରାମ ରାସ୍ତାରେ ଜଣେ ମହିଳାଙ୍କୁ ଗଳାକାଟି ହତ୍ୟା କରାଯିବା ଘଟଣାର ପର୍ଦ୍ଦ।ଫାଶ ହୋଇଛି ଦୁଇ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ  

ଗତ ୨୯ ତାରିଖ ସନ୍ଧ୍ୟା ସମୟରେ ଶରତ ଥାନା ଶାରୀଶୁଆ ଗ୍ରାମରେ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ ଗ୍ରାମର କାଳିଆ ମହାନ୍ତ ଦୀର୍ଘ ବର୍ଷ ଧରି ବିବାହ କରିଥିଲେ ସୁଦ୍ଧା ତାଙ୍କର ସନ୍ତାନ ହେଉ ନଥିବାରୁ ସେ ଗ୍ରାମର ମହିଳା ଖଇରୀ ମହାନ୍ତଙ୍କ ଉପରେ ସନ୍ଦେହ କରିଥିଲେ ଖଇରୀ ଗୁଣିଗାରେଡି କରିବା ଫଳରେ ତାଙ୍କର ସନ୍ତାନ ପ୍ରାପ୍ତି ହେଉ ଥଥିବା ସେ ସନ୍ଦେହ କରି ଗତ ୨୯ ତାରିଖ ସନ୍ଧ୍ୟା ସମୟରେ ଖଇରୀ ପାଣି ଆଣିବା ପାଇଁ ଗ୍ରାମର ନଳକୂପ ନିକଟକୁ ଯାଉଥିବା ବେଳେ ତାଙ୍କୁ ବୀଭତ୍ସ ଭାବେ ଗଳାକାଟି ହତ୍ୟା କରିଥିଲେ କାଳିଆ ମହାନ୍ତ ଏବଂ ତାଙ୍କ ଭାଇ ବଳିଆ ମହାନ୍ତ ଏକ କଟୁରୀରେ ଖଇରୀଙ୍କ ଗଳାକାଟି ହତ୍ୟା କରିବା ପରେ ସେଠାରୁ ଫେରାର ହୋଇଯାଇଥିଲେ ଶେଷରେ ଗତକାଲି ରାତି ତମାମ ବିଭିନ୍ନ ସ୍ଥାନରେ ଚଢାଉ କରିବାପରେ ଶୁକ୍ରବାର ଭୋର ସମୟରେ ଦୁଇ ଅଭିଯୁକ୍ତଙ୍କୁ ଶାରୀଶୁଆ ଜଙ୍ଗଲରୁ ଗିରଫ କରିଛି ଶରତ ପୋଲିସ ଏହା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀକୁ ମଧ୍ୟ ପୋଲିସ ଜବତ କରିଛି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି   

LEAVE A REPLY

Please enter your comment!
Please enter your name here

- Advertisment -

Most Popular