spot_img

୮୪ଟି ନୂଆ ଆମ୍ବୁଲାନ୍ସକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ଉପକୂଳରୁ ଉପାନ୍ତ ଆହୁରି ସୁଦୃଢ ହେବ ସ୍ୱାସ୍ଥ୍ୟସେବା ଆଜି ୮୪ଟି ନୂଆ ତଥା ଅତିରିକ୍ତ ୧୦୮ ଆମ୍ବୁଲାନ୍ସକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଜି ଛକସ୍ଥିତ ପରିବହନ ଭବନ ପରିସରରୁ ଏହାର ଉଦଘାଟନ କରାଯାଇଛି ୨୭ଟି ଜିଲ୍ଲା ପାଇଁ ଅତିରିକ୍ତ ୮୪ଟି ୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥା ହୋଇଥିବା ବେଳେ ବାଲେଶ୍ଵର ଜିଲ୍ଲା ପାଇଁ ସର୍ବାଧିକ ୧୧ଟି ଉଦ୍ଧିଷ୍ଟ ରହିଛି

ଏଥିପାଇଁ ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରୁ ୫ବର୍ଷ ପାଇଁ ୧୦୪କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ପ୍ରତ୍ୟେକ ଆମ୍ବୁଲାନ୍ସରେ ୩ଜଣ ଲେଖାଏଁ ଦୁଇଟି ସିଫ୍ଟରେ ୬ଜଣ ହିସାବରେ ୮୪ଟି ଗାଡି ପାଇଁ ୫୦୪ଜଣ କର୍ମଚାରୀଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯାଇଛି ଉଦଘାଟନୀ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାଶ ଜାତୀୟ ସ୍ୱାସ୍ଥ୍ୟ ମିଶନ ପରିଚାଳନା ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଉପସ୍ଥିତ ଅଛନ୍ତି

୨୦୧୩ ମାର୍ଚ୍ଚ ୫ତାରିଖରୁ ରାଜ୍ୟର ମାଗଣା ୧୦୮ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଥିଲା ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୦ଟି ଜିଲ୍ଲାରେ ୬ଟି ବୋଟ ଆମ୍ବୁଲାନ୍ସ ସମେତ ମୋଟ ୫୧୮ଟି  ଆମ୍ବୁଲାନ୍ସ କାର୍ଯ୍ୟକ୍ଷମ ରହିଛି ଏହା ଛଡ଼ା ଅନ୍ୟ ୫୦୦ଟି ଜନନୀ ଏକ୍ସପ୍ରେସ ଜରିଆରେ ଗର୍ଭବତୀ ମା ଶିଶୁଙ୍କୁ ସେବା ଯୋଗାଇ ଦିଆଯାଉଛି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular