spot_img

ଟିକାକରଣ କାର୍ଯ୍ୟକ୍ରମ ପାଇଁ ୧ ଲକ୍ଷ ‘ସେନା’

ନୂଆଦିଲ୍ଲୀ: କରୋନା ଟିକାକରଣ କାର୍ୟ୍ୟକ୍ରମ ନେଇ ପାଖାପାଖି ୯୬ ହଜାର ଜଣଙ୍କୁ ତାଲିମ ଦିଆଯାଇଛି । ଜାନୁଆରୀ ମାସରେ ଟିକାକରଣ କାର୍ୟ୍ୟକ୍ରମ ନେଇ ସରକାରଙ୍କ ପକ୍ଷରୁ ଯୋଜନା କରାଯାଇଥିବା ବେଳେ ଏ ନେଇ ପ୍ରସ୍ତତି ଆରମ୍ଭ ହୋଇସାରିଛି । ରାଜ୍ୟସରକାର, ଜିଲ୍ଲା ପ୍ରଶାସନ ଓ ମ୍ୟୁନସିପାଲଟି କମିଶନରଙ୍କୁ ଗ୍ରାଉଣ୍ଡ ଲେବଲେ ଆବଶ୍ୟକ ଷ୍ଟାଫ, ପରିବହନ ବ୍ୟବସ୍ଥା ଏବଂ ଆଇଟି ସିଷ୍ଟମ୍ ସହିତ ପ୍ରସ୍ତୁତ ରହିବାକୁ କୁହାଯାଇଛି । ପ୍ରାଥମିକ ପର୍ୟ୍ୟାୟର ଟିକାକରଣ କାର୍ୟ୍ୟକ୍ରମରେ ଅଗ୍ରାଧିକାର ଭିତ୍ତିରେ ପ୍ରାୟ ୩୦ କୋଟି ଲୋକଙ୍କ ଟିକାକରଣ ନେଇ ଲକ୍ଷ୍ୟ ରଖିଛନ୍ତି ସରକାର । ଏକ ଉଚ୍ଚସ୍ତରୀୟ ବୈଠକରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ଟିକାକରଣ ନେଇ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଆସନ୍ତାକାଲି ସମସ୍ତ ରାଜ୍ୟରେ ଟିକାର ଡ୍ରାନ ରନ ଅନୁଷ୍ଠିତ ହେବାକୁ ଯାଉଛି। ତେବେ ଏହି ଡ୍ରାଏ ରନ ରାଜ୍ୟ ରାଜଧାନୀରେ ଅନୁଷ୍ଠିତ ହେବାକୁ ଥିବାବେଳେ କିଛି ରାଜ୍ୟ ଅନ୍ୟ ଜିଲ୍ଲା ଗୁଡ଼ିକରେ ମଧ୍ୟ ଡ୍ରାଏ ରନ ନେଇ ପ୍ରସ୍ତୁତି ଚଳାଇଛନ୍ତି । ତେବେ କେରଳ ଓ ମହାରାଷ୍ଟ୍ର ଭଳି ରାଜ୍ୟ ନିଜ ରାଜଧାନୀରେ ଡ୍ରାଏ ରନ ନକରାଇ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସହରରେ ଡ୍ରାଏ ରନ କାର୍ୟ୍ୟକ୍ରମ ପାଇଁ ପ୍ରସ୍ତୁତି ଚଳାଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular