spot_img

ମିସଡକଲ୍ ଦେଲେ ମିଳିବ ଇଣ୍ଡିଆନ ଅଏଲ ଗ୍ୟାସ୍

ଭୁବନେଶ୍ବର:  ଗ୍ୟାସ୍ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ବାରମ୍ବାର ଡିଲରଙ୍କ ପାଖକୁ ଦୌଡିବାକୁ ପଡିବ ନାହିଁ। ଏଣିକି ମିସଡକଲ୍ ଦେଲେ ମିଳିବ ଇଣ୍ଡିଆନ ଅଏଲର ଗ୍ୟାସ। ଏହାସହ ନୂଆ ଗ୍ୟାସ କନେକ୍ସନ ମଧ୍ୟ ମିଳିବ। ଏହାଦ୍ୱାରା ଆଉ ଡିଲରଙ୍କ ନିକଟକୁ ଦୌଡିବାକୁ ପଡିବ ନାହିଁ।

ଏଥିପାଇଁ ୮୪୫୪୯୫୫୫୫୫ ନମ୍ବରରେ ମିସଡ୍ କଲ୍ ଦେବାକୁ ପଡିବ। ଏହାକୁ ସୁଇଚ୍ ଚିପି ଉଦଘାଟନ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହା ଉପଭୋକ୍ତାଙ୍କୁ ବେଶ ସହାୟକ ହେବ। ଯାହାଫଳରେ ଗ୍ରାହକମାନେ ସହଜରେ ଗ୍ୟାସ୍ ବୁକିଂ ସହ ନୂଆ କନେକ୍ସନ ନେଇପାରିବେ। ନୂଆ କନେକ୍ସନ ଏବଂ ନୂଆ କନେକ୍ସନ ଲାଗି ସ୍ଥାନୀୟ ଡିଲରଙ୍କ ସହ ଯୋଗାଯୋଗ କରିବାକୁ ପଡୁଥିଲା। କିନ୍ତୁ ଏବେ ​‌ରେ ବସି ସହଜରେ ସୁବିଧା ପାଇ ପାରିବେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular