ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବାରିପଦା ରେଳ ଷ୍ଟେସନ ପରିସରରେ ଜଣେ ଗେଟ କିପରଙ୍କ ମୃତଦେହ ପଡ଼ିଥିବା ଆଜି ସକାଳୁ ଦେଖିବାକୁ ମିଳିଛି। ମୃତକ ଜଣଙ୍କ ଭଗବାନ ମହାନ୍ତି ବୋଲି ଜଣାପଡ଼ିଛି। ସେ ଅବସର ପରେ ଏଠାରେ ରେଳ ବିଭାଗରେ ଜଣେ ଠିକା କର୍ମଚାରୀ ଭାବେ କାର୍ୟ୍ୟ କରୁଥିଲେ। ତାଙ୍କ ଶରୀରରେ ବିଭିନ୍ନ ସ୍ଥାନରେ ଗୁରୁତର କ୍ଷତ ଚିହ୍ନ ରହିଛି। ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଗତକାଲି ରାତିରେ ଆଉ ଜଣେ ରେଳ କର୍ମଚାରୀ ତାଙ୍କୁ ମଦ ପିଇବାକୁ ଘରୁ ଡାକି ଆଣିଥିଲେ। ମୃତକଙ୍କ ଘର ଭଦ୍ରକ ଜିଲ୍ଲାର ବାସୁଦେବପୁରର ପଢ଼ୁଆଁ ପଞ୍ଚାୟତରେ ବୋଲି ଜଣାଯାଇଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0