ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନସିଙ୍ଗ୍ ମାଧ୍ୟମରେ ଓଡ଼ିଶାର ସମ୍ବଲପୁରରେ ‘ଆଇଆଇଏମ’ ସ୍ଥାୟୀ କ୍ୟାମ୍ପସ ସ୍ଥାପନ ନିମନ୍ତେ ଶିଳାନ୍ୟାସ କରିବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ଜାରି କରିଥିବା ବିବୃତିରୁ ଜଣାପଡ଼ିଛି। ଏ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମଧ୍ୟ ଶୁକ୍ରବାର ଦିନ ଟୁଇଟ କରି ଲେଖିଥିଲେ, ଜାନୁଆରି ୨ ତାରିଖ ଦିନ ୧୧ଟା ସମୟରେ ‘ଆଇଆଇଏମ-ସମ୍ବଲପୁର’ର ସ୍ଥାୟୀ କ୍ୟାମ୍ପସ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିବି। ଏହି କାର୍ୟ୍ୟକ୍ରମରେ ଯୋଗ ଦେବା ଲାଗି ବିଶେଷ ଭାବେ ମୁଁ ଶିକ୍ଷାର୍ଥୀ ବନ୍ଧୁ ଏବଂ କମ୍ପାନି ଜଗତ ସହ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଅନୁରୋଧ କରୁଛି। ଜାତୀୟ ଅଗ୍ରଗତିରେ ‘ଆଇଆଇଏମ’ର ସମୃଦ୍ଧ ଅବଦାନ ଲାଗି ଭାରତ ଗୌରବାନ୍ଵିତ। ଓଡ଼ିଶାର ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’, ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ମଧ୍ୟ ଏହି ଉତ୍ସବ ଅବସରରେ ଉପସ୍ଥିତ ରହିବେ। ଭର୍ଚ୍ୟୁଆଲ୍ ଭାବେ ଏହି ଉତ୍ସବରେ ସରକାରୀ କର୍ମଚାରୀ, ଶିଳ୍ପପତି, ଶିକ୍ଷାବିତ ଏବଂ ଶିକ୍ଷାର୍ଥୀ ‘ଆଇଆଇଏମ-ସମ୍ବଲପୁର’ର ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ସମେତ ୫ ହଜାରରୁ ଊର୍ଦ୍ଧ୍ୱ ଆମନ୍ତ୍ରିତ ବ୍ୟକ୍ତି ଅଂଶଗ୍ରହଣ କରିବେ।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0