ନୂଆଦିଲ୍ଲୀ: କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ଆଜକୁ ପ୍ରାୟ ୩୮ ଦିନ ହେବ ଆନ୍ଦୋଳନରେ ବସିଛନ୍ତି ବିଭିନ୍ନ ରାଜ୍ୟର କୃଷକ । ଜାନୁୟାରୀ ୪ ରେ ସରକାରଙ୍କ ସହ ଏମାନଙ୍କର ବୈଠକ ରହିଛି । ତେବେ ଏହାକୁ ନେଇ ଶୁକ୍ରବାର କୃଷକ ନେତାମାନେ କହିଛନ୍ତି ଯଦି ଆମ ଦାବିର କୌଣସି ସମାଧାନ ନହେଲା ତେବେ ଆମେ କଠୋର ହୋଇଯିବୁ । କୃଷକ ସଙ୍ଗଠନ କହିଛି ନୂଆ ଆଇନକୁ ପ୍ରତ୍ୟାହାର କରିବା ଓ ଏମଏସପି ଉପରେ ଆଇନଗତ ଗ୍ୟାରେଣ୍ଟି ଠାରୁ କମ୍ ଗ୍ରହଣୀୟ ହେବ ନାହିଁ । ଏହାକୁ ନେଇ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯାହା ହେବ ଠିକ୍ ହେବ । ହେଲେ ମୁଁ ଜ୍ୟୋତିଷ ନୁହେଁ ଯେ ଜାନୁୟାରୀ ୪ ରେ କଣ ହେବ ସେ ଏବେଠାରୁ କହିପାରିବେ । ସେପଟେ କୃଷକ କହିଛନ୍ତି ଏପର୍ଯ୍ୟନ୍ତ ସରକାରଙ୍କ ସହ ମାତ୍ର ୫ ପ୍ରତିଶତ କଥାବାର୍ତ୍ତା ହୋଇଛି । ଜାନୁଆରୀ ୪ ବୈ÷ଠକରେ ଯଦି ସରକାର ଫେଲ ମାରନ୍ତି ତେବେ ହରିୟାଣାର ମଲ ଓ ପେଟ୍ରୋଲ୍ ପମ୍ପ ବନ୍ଦ କରି ଦିଆଯିବ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0