ଇଂଲଣ୍ଡ: ଜାନୁଆରି ୮ରୁ ଭାରତରୁ ବ୍ରିଟେନକୁ ଚଳାଚଳ କରିବ ବିମାନ। ଇଂଲଣ୍ଡର ନୂତନ ଗୁଣସୂତ୍ରଧାରୀ କରୋନାଭାଇରସ ସଂକ୍ରମଣ ଆରମ୍ଭ ହୋଇଥିବା ବେଳେ ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାର ଡିସେମ୍ବର ୩୧ ପର୍ୟ୍ୟନ୍ତ ବ୍ରିଟେନରୁ ଆସୁଥିବା ସମସ୍ତ ବିମାନ ଉଡ଼ାଣ ଉପରେ ରୋକ ଲଗାଇଥିଲେ। ଏହି ପ୍ରତିବନ୍ଧକ ଡିସେମ୍ବର ୨୨ତାରିଖ ରାତି ୧୧ଟା ୫୯ମିନିଟରୁ ଲାଗୁ ହୋଇ ଡିସେମ୍ବର ୩୧ ରାତି ୧୧ଟା୫୯ ମିନିଟ ପର୍ୟ୍ୟନ୍ତ ବଳବତ୍ତର ରହିବ ବୋଲି କୁହାଯାଇଥିଲା। କିନ୍ତୁ ପରେ ପରିସ୍ଥିତିକୁ ଦେଖି ପ୍ରତିବନ୍ଧକ ଅବଧି ଆଗକୁ ବଢ଼ାଇ ଦିଆଯାଇପାରେ ବୋଲି କହିଥିଲେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଏବଂ ଏହି ଅବଧି ଜାନୁଆରି ୭କୁ ବୃଦ୍ଧି କରାଯାଇଥିଲା । ଏବେ ଜାନୁଆରି ୮ରୁ ଭାରତରୁ ବ୍ରିଟେନକୁ ବିମାନ ଚଳାଚଳ କରିବ ବୋଲି ଆଜି ଶ୍ରୀ ପୁରୀ କହିଛନ୍ତି । ଟୁଇଟ କରି ସେ ଲେଖିଛନ୍ତି, ଭାରତ ଏବଂ ବ୍ରିଟେନ ମଧ୍ୟରେ ଜାନୁଆରି ୮, ୨୦୨୧ରୁ ଆରମ୍ଭ ବିମାନ ଚଳାଚଳ ଆରମ୍ଭ ହେବ। ଜାନୁଆରି ୨୩ ପର୍ୟ୍ୟନ୍ତ ସପ୍ତାହକୁ ବ୍ରିଟେନ-ଭାରତ ମଧ୍ୟରେ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦକୁ କେବଳ ୧୫ଟି ବିମାନ ଚଳାଚଳ କରିବ। ଏ ସଂକ୍ରାନ୍ତରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ପକ୍ଷରୁ ଅଧିକ ବିବରଣୀ ପ୍ରଦାନ କରାଯିବ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0