ଭୁବନେଶ୍ୱର: ସାରା ରାଜ୍ୟରେ ଡବଲ ହେଲମେଟର ଜୋରଦାର ଚେକିଂ ଆରମ୍ଭ ହୋଇଛି। ଆଜି ରାଜଧାନୀର ବିଭିନ୍ନ ଛକରେ ପୋଲିସ ଚେକିଂ କରୁଥିବାବେଳେ ଜଣେ ବ୍ୟକ୍ତି ଅନ୍ୟକୁ ଲିଫ୍ଟ ଦେଇ ହଜାର ଟଙ୍କା ଚାଲାଣ କାଟିଛନ୍ତି।
ସୂଚନା ମୁତକାବକ ଆଜି ସକାଳେ ଭୁବନେଶ୍ୱର ଝାରପଡ଼ା ଅଞ୍ଚଳରେ ସକାଳୁ ସକାଳୁ ପୋଲିସ ଡବଲ ହେଲମେଟ ଚେକିଂ ଆରମ୍ଭ କରିଦେଇଛି। ତେବେ ଜଣେ ବ୍ୟକ୍ତି ଜଣେ ଅଚିହ୍ନା ବ୍ୟକ୍ତିଙ୍କୁ ବାଟରେ ଲିଫ୍ଟ ଦେଇଥିଲେ । ସେହି ବ୍ୟକ୍ତି ଜଣଙ୍କ ହେଲମେଟ ପିନ୍ଧିନଥିବାରୁ ପୁଲିସ୍ ଅଟାଇ ୧ ହଜାର ଟଙ୍କାର ଚାଲାଣ କାଟିଛି । ତଣ୍ଡ ଗଣିବା ପରେ ବ୍ୟକ୍ତି ଜଣକ ଆଉ କାହାକୁ ଲିଫ୍ଟ ଦେବେ ନାହିଁ ବୋଲି ପ୍ରତିକ୍ରିୟା ଦେଇଛନ୍ତି। ଏହି ବ୍ୟକ୍ତିଙ୍କ ବ୍ୟତୀତ ଆଜି ରାଜଧାନୀରେ ବହୁତ ଲୋକ ଡବଲ ହେଲମେଟ ନ ପିନ୍ଧିବା ଯୋଗୁ ତଣ୍ଡ ଗଣିଛନ୍ତି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0