ନୂଆଦିଲ୍ଲୀ: ‘ଆଞ୍ଚଳିକ’ ବ୍ରାଣ୍ଡ ସବୁକୁ ‘ବିଶ୍ୱସ୍ତରୀୟ’ ବ୍ରାଣ୍ଡରେ ପରିଣତ କରିବା ନିମନ୍ତେ କାର୍ୟ୍ୟ କରିବା ଉଚିତ ବୋଲି ଶନିବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ‘ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟସ’ର ଛାତ୍ରଛାତ୍ରୀମାନଙ୍କୁ କହିଛନ୍ତି। ଓଡ଼ିଶାର ସମ୍ବଲପୁରରେ ‘ଆଇଆଇଏମ’ର ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କରିବା ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଏ କଥା କହିଛନ୍ତି। ସେ କହିଲେ, ‘ଆଞ୍ଚଳିକ’କୁ ‘ବୈଶ୍ୱିକ’ରେ ପରିଣତ କରିବା ଲାଗି ‘ଆଇଆଇଏମ’ର ଛାତ୍ରଛାତ୍ରୀମାନେ ନୂଆ ନୂଆ ଉପାୟ କରିବା ଆବଶ୍ୟକ। ଦେଶରେ ୨୦ଟି ‘ଆଇଆଇଏମ’ ଅଛି। ମେଧାର ଏହି ବିରାଟ ଗୋଷ୍ଠୀ କଳ୍ପନା କରାଯାଇଥିବା ଆତ୍ମନିର୍ଭର ଭାରତ ନିମେନ୍ତ ସହାୟକ ହେବେ । ସାମଗ୍ରିକ ବିକାଶର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରି ପ୍ରଧାନମନ୍ତ୍ରୀ କହିଲେ ଯେ, ବିକାଶ ନିମନ୍ତେ ଛାତ୍ରଛାତ୍ରୀମାନଙ୍କର ଦୂରଦୃଷ୍ଟିସମ୍ପନ୍ନ କାର୍ୟ୍ୟ ସମାଜର ସ୍ୱଳ୍ପ ସୁବିଧାପ୍ରାପ୍ତ ବର୍ଗଙ୍କୁ ଉପକୃତ କରିବ ବୋଲି ସୁନିଶ୍ଚିତ କରି ଛାତ୍ରଛାତ୍ରୀମାନେ ‘ବ୍ରାଣ୍ଡ ଇଣ୍ଡିଆ’ରେ ଉପରେ ଧ୍ୟାନ ଦେବା ଆବଶ୍ୟକ। ଭାରତରେ ନୂତନ ମଲଟିନ୍ୟାସନାଲ କର୍ପୋରେସନ’ଗୁଡ଼ିକର ବିକାଶ ନିମନ୍ତେ ଏ ଦଶନ୍ଧିଟିକୁ ଉତ୍ସର୍ଗ କରାଯିବ। ଆଜି ନୂଆ କରି ଆରମ୍ଭ ହୋଇଥିବା ଉଦ୍ୟୋଗ ହେଉଛି ଆସନ୍ତାକାଲିର ‘ଏମଏନସି’। ବିଶେଷକରି, ଦୁଇ ଓ ତିନିସ୍ତରୀୟ ସହରରେ ଏ ସବୁ ବୃଦ୍ଧିପାଉଛି। ଏହି ଉଦ୍ୟୋଗ ସବୁ ସମର୍ଥ ପରିଚାଳକ ଆବଶ୍ୟକ କରୁଥିବାରୁ ‘ଆଇଆଇଏମ’ରୁ ପାସ୍ କରୁଥିବା ଛାତ୍ରଛାତ୍ରୀମାନେ ଏହି ଉଦ୍ୟୋଗଗୁଡ଼ିକର ପଥପ୍ରଦର୍ଶକ ସାଜିବେ। ‘ବ୍ରାଣ୍ଡ ଇଣ୍ଡିଆ’କୁ ବୈଶ୍ୱିକ ସ୍ୱୀକୃତି ଦିଆଇବା ହେଉଛି ଆମର ଦାୟିତ୍ୱ। ଯେଉଁମାନେ ଏହି ଅନୁଷ୍ଠାନର ଅଂଶବିଶେଷ ହେବେ ସେମାନେ ବିକାଶକୁ ପ୍ରୋତ୍ସାହନ ଦେବା ସହ ସାମଗ୍ରିକ ଅନ୍ତର୍ଭୁକ୍ତି ଉପରେ ଧ୍ୟାନ ଦେବା ଆବଶ୍ୟକ। ଏହି ଶିଳାନ୍ୟାସ ଉତ୍ସବରେ ଓଡ଼ିଶାର ରାଜ୍ୟପାଳ ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’, ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0