ପାଙ୍ଗଙ୍ଗ ହ୍ରଦରେ ଚୀନରେ ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିବ ଭାରତ । ଶତ୍ରୁ ଦେଶକୁ ପାନେ ଦେବାକୁ ୧୨ ଟି ଉଚ୍ଚ କ୍ଷମତା ସମ୍ପନ୍ନ ଡଙ୍ଗା କିଣିବ ଭାରତୀୟ ସେନା । ଏହି ଡଙ୍ଗା ଗୁଡିକୁ ଲଦାଖର ପାଙ୍ଗଙ୍ଗ ହଦ୍ରରେ ମୁତୟନ କରିବ ଭାରତୀୟ ସେନା । ଦୀର୍ଘ ଆଠ ମାସ ହେବ ପୂର୍ବ ଲଦାଖରେ ଚୀନ୍ ସହ ସାମରିକ ବିବାଦ ଚାଲିଥିବା ବେଳେ ‘ପାଙ୍ଗୋଙ୍ଗ୍’ ହ୍ରଦରେ ପାଟ୍ରୋଲିଙ୍ଗ୍ ନିମନ୍ତେ ଅତ୍ୟାଧୁନିକ ଦ୍ରୁତଗାମୀ ବୋଟ୍ ଭାରତୀୟ ସେନାର ଶକ୍ତିକୁ ଦ୍ୱିଗୁଣିତ କରିବ । ଖୁବଶୀଘ୍ର ଭାରତୀୟ ସେନା ୧୨ଟି ଉଚ୍ଚ କ୍ଷମତାସମ୍ପନ୍ନ ପାଟ୍ରୋଲିଂ ବୋଟ୍ କିଣିବା ପାଇଁ ଯାଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେନାର ନୂଆ ପାଟ୍ରୋଲିଂ ବୋଟ୍ କିଣିବା ପାଇଁ ଗୋଆ ଶିପୟାର୍ଡ଼ ସହ ଚୁକ୍ତି କରିଛି ଭାରତୀୟ ସେନା । ପ୍ରତିରକ୍ଷା ଚୁକ୍ତି ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ସାକାର କରୁଛି । ୧୨ଟି ନୂଆ ଉଚ୍ଚକ୍ଷମତା ସମ୍ପନ୍ନ ଡଙ୍ଗା ପାଇଁ ‘ଗୋଆ ସିପ୍ୟାର୍ଡ’ ସହ ସେନା ପ୍ରାୟ ୬୫ କୋଟି ଟଙ୍କାର ରାଜିନାମା ସ୍ୱାକ୍ଷର କରିଛି । ବର୍ତ୍ତମାନ ଥଣ୍ଡାରେ ବରଫ ପାଲଟି ଯାଇଥିବା ‘ପାଙ୍ଗୋଙ୍ଗ୍’ ହ୍ରଦରେ ସେଗୁଡ଼ିକୁ ମୁତୟନ କରାଯିବ ।ବର୍ତ୍ତମାନ ‘ପାଙ୍ଗୋଙ୍ଗ୍’ ହ୍ରଦର ୧୩୪ କିଲୋମିଟର୍ ଦୀର୍ଘ ଉତ୍ତର ଓ ଦକ୍ଷିଣ ତଟରେ ଭାରତ ଓ ଚୀନ୍ ସେନା ମୁହାଁମୁହିଁ ହୋଇ ରହିଛନ୍ତି । ଏହି ହ୍ରଦ ତିବ୍ଦତରୁ ଭାରତ ଆଡ଼କୁ ବହିଆସୁଥିବାରୁ ଏହାର ଦୁଇ ତୃତୀୟାଂଶ ଚୀନ୍ ନିୟନ୍ତ୍ରଣରେ ରହିଛି । ପାଙ୍ଗଙ୍ଗ୍ ହ୍ରଦ ଉପରେ କବଜାକୁ ନେଇ ଉଭୟ ଦେଶ ମଧ୍ୟରେ ଅନକ ଦିନ ହେବ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଛି । ପୂର୍ବରୁ ପାଙ୍ଗଙ୍ଗ୍ ହ୍ରଦ ଶାନ୍ତିପୂର୍ଣ୍ଣ ଅଞ୍ଚଳରେ ସାମିଲ ଥିଲା । କିନ୍ତୁ ଚୀନର ବିସ୍ତାରବାଦୀ ନୀତି ଯୋଗୁଁ ବିଗତ କିଛି ମାସ ମଧ୍ୟରେ ଏହି ଅଞ୍ଚଳରେ ହିଂସାତ୍ମକ ଗତିବିଧି ବଢ଼ିବାରେ ଲାଗିଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0