spot_img

ଆର୍ଜେଣ୍ଟିନା ବିପକ୍ଷ ସିରିଜରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିବ: ରାଣୀ ରାମପାଲ

ନୂଆଦିଲ୍ଲୀ: ଆସନ୍ତା ଆର୍ଜେଣ୍ଟିନା ବିପକ୍ଷ ସିରିଜରେ ଭାରତୀୟ ମହିଳା ହକି ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା ବାନ୍ଧିଛନ୍ତି କ୍ୟାପଟେନ ରାଣୀ ରାମପାଲ । ଆସନ୍ତା ସପ୍ତାହରେ ଭାରତୀୟ ମହିଳା ଦଳ ଅଲିମ୍ପକ୍ସ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଆର୍ଜେଣ୍ଟିନା ଗସ୍ତ କରିବାର ଅଛି । ଅନ୍ୟପଟେ କୋଭିଡ ମହାମାରୀ କାରଣରୁ ପାଖାପାଖି ଗୋଟିଏ ବର୍ଷ ପରେ ଭାରତୀୟ ଦଳ ଅନ୍ତର୍ଜାତୀୟ ହକି ଖେଳିବାକୁ ଯାଉଛି । ତେବେ କ୍ୟାପଟେନ ରାଣୀ ରାମପାଲଙ୍କ କହିବା ଅନୁସାରେ, ନିଜର ଦକ୍ଷତା ଓ ପ୍ରତିଭା ଅନୁରୂପ ଖେଳିପାରିଲେ ଅଲିମ୍ପିକ୍ସ ପାଇଁ ଆମେ ଆତ୍ମବିଶ୍ୱାସ ହାସଲ କରିପାରିବୁ । ଅଲମ୍ପିକ୍ସରେ ଅତିକମରେ ପଦକ ହାସଲ କରିବା ଲକ୍ଷ୍ୟରେ ରହିଛୁ । ଏହା ସହ ଟୋକିଓରେ ପଦକ ଜିତି ଇତିହାସ ସୃଷ୍ଟି କରିବା ସହ ଦେଶକୁ ଗୌରବାନ୍ୱିତ କରିବୁ ବୋଲି ରାଣୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular