spot_img

ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର

ରାଜନଗର : ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର । ଘଟଣା ଘଟିଛି ରାଜନଗର ବ୍ଲକ ଡ଼ାଙ୍ଗମାଳ ଗାଁରେ । ଗାଁର ଅକ୍ଷୟ ନାୟକ ଏବଂ ଅଜୟ ନାୟକଙ୍କ ପରିବାର ଲୋକେ ନୂଆ ବର୍ଷ ନିମନ୍ତେ ବନ୍ଧୁ ଘରକୁ ବୁଲିବାକୁ ଯାଇଥିଲେ । ଘରେ କେହି ନଥିବା ବେଳେ ହଠାତ୍ ୩ ବଖରା ଘର ବିଦୁ୍ୟତ ସର୍ଟସର୍କିଟ ଯୋଗୁଁ ଜଳିଯାଇଛି । ପରେ କିଛିି ସ୍ଥାନୀୟ ଲୋକେ ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିଥିଲେ । ଘରେ କେହି ନଥିବାରୁ କୌଣସି ଆସବାବ ପତ୍ର ବାହାର କରାଯାଇପାରିନଥିଲା । ଘରେ ଥିବା କାଗଜପତ୍ର ସହିତ ଲକ୍ଷାଧି୍କ ଟଙ୍କାର ଆସବାବପତ୍ର ଜଳି ପାଉଁଷ ହୋଇଯାଇଛି । ସେପଟେ ଅଗ୍ନି ବିପନ୍ନ ପରିବାରକୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular