spot_img

ସରକାରୀ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ: ସରକାରୀ ବ୍ୟାଙ୍କ କର୍ମଚାରୀମାନଙ୍କ ପାଇଁ ଖୁସି ଖବର । ୨୦୧୭ ନଭେମ୍ବରରୁ କର୍ମଚାରୀମାନଙ୍କ ଦରମାରେ ୧୫ ପ୍ରତିଶତ ବର୍ଦ୍ଧିତ ରାଶି ଲାଗୁ ହେବା ପାଇଁ ନିଷ୍ପତ୍ତି ହୋଇଛି । ଭଲ ପ୍ରଦର୍ଶନ କରିଥିବା କର୍ମଚାରୀମାନଙ୍କୁ ମଧ୍ୟ ପିଏଲଆଇ ମିଳିବ । ଏହା ସମସ୍ତ ବ୍ୟାଙ୍କର କାରବାରକୁ ନେଇ ସ୍ଥିର କରାଯିବ । ବ୍ୟାଙ୍କ୍ ୟୁନିୟନ ଏବଂ ଭାରତୀୟ ବ୍ୟାଙ୍କ ଆସୋସିଏସନ୍ ମିଳିତ ଭାବେ ଏହି ନିଷ୍ପତ୍ତି ନେଇଛନ୍ତି । ସମସ୍ତ ସରକାରୀ ବ୍ୟାଙ୍କ କର୍ମଚାରୀମାନଙ୍କୁ ଏହି ବର୍ଦ୍ଧିତ ରାଶି ଏରିଅର୍ ଆକାରରେ ମିଳିବ । ଏଥିପାଇଁ ବ୍ୟାଙ୍କ୍ କୁ ପ୍ରାୟ ୭ହଜାର ୯୮୮ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହା ପୂର୍ବରୁ ୨୦୧୨ରେ ଭାରତୀୟ ବ୍ୟାଙ୍କ୍ ଆସୋସିଏସନ, କର୍ମଚାରୀମାନଙ୍କର ଦରମା ୧୫ ପ୍ରତିଶତ ବୃଦ୍ଧି କରିଥିଲା । ୨୦୧୭ ରୁ ୨୦୨୨ ପର୍ଯ୍ୟନ୍ତ, ପାଞ୍ଚ ବର୍ଷ ପାଇଁ ବ୍ୟାଙ୍କ୍ ୟୁନିଅନ ପ୍ରାୟତଃ ୨୦ ପ୍ରତିଶତ ବର୍ଦ୍ଧିତ ରାଶି ପାଇଁ ପ୍ରସ୍ତାବ ଦେଇଥିଲା । ମାତ୍ର ଆଇବିଏ ନିଜ ତରଫରୁ ପ୍ରଥମେ ୧୨.୨୫ ପ୍ରତିଶତ ବଢାଇବା ପାଇଁ ପ୍ରସ୍ତାବ ରଖିଥିଲା । ପ୍ରାୟ ଦୁଇ ବର୍ଷ ହେବ ବ୍ୟାଙ୍କ ୟୁନିଅନ ଏବଂ ଆଇବିଏ ମଧ୍ୟରେ ଏନେଇ କଥାବାର୍ତ୍ତା ଚାଲିଥିଲା ।
ବୁଝାମଣା ଅନୁଯାୟୀ ବ୍ୟାଙ୍କ କର୍ମଚାରୀଙ୍କୁ ଏବେ ପ୍ରତି ବର୍ଷ ପାଞ୍ଚ ଦିନ ପାଇଁ ସ୍ୱତନ୍ତ୍ର ଛୁଟି ଦିଆଯିବ । ୫୫ବର୍ଷ ରୁ ଅଧିକ ବୟସର କର୍ମଚାରୀମାନଙ୍କ କ୍ଷେତ୍ରରେ ଏହି ଛୁଟି ସାତ ଦିନକୁ ବୃଦ୍ଧି କରାଯାଇଛି । ଜାତୀୟ ପେନସନ୍ ପାଣ୍ଠିରେ ବ୍ୟାଙ୍କ ନିଜର ଯୋଗଦାନ କରି ଦରମା ଏବଂ ଡିଏ ୧୪ପ୍ରତିଶତ ବଢାଇବାକୁ ଆଲୋଚନା ହୋଇଛି । ଏହା ପୂର୍ବରୁ ୧୦ ପ୍ରତିଶତ ଥିଲା । ମାତ୍ର ଏହି ବିଷୟରେ ସରକାରଙ୍କର ଅନୁମତି ନେବାକୁ ପଡିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular