spot_img

ଜାଣନ୍ତୁ କିପରି ଆରମ୍ଭ ହେଲା ନାଗ ପଞ୍ଚମୀ ପୂଜା, କ’ଣ ରହିଛି ଏହାର ମହତ୍ତ୍ୱ

ଶ୍ରାବଣ ମାସ ଶୁକ୍ଳପକ୍ଷ ପଞ୍ଚମି ତିଥିକୁ ନାଗ ପଞ୍ଚମୀ ରୂପେ ପାଳନ କରାଯାଇଥାଏ । ଏହିଦିନ ନାଗଦେବତାଙ୍କୁ ପୂଜା ଅର୍ଚ୍ଚନା କରାଯାଇଥାଏ । ପ୍ରତ୍ୟେକ ବର୍ଷ ପରି ଏବର୍ଷ, ନାଗ ପଞ୍ଚମୀ ଜୁଲାଇ୨୫ ତାରିଖରେ ପାଳନ କରାଯାଉଛି । ନାଗପଞ୍ଚମୀ ଦିନ ବାସୁକି ନାଗ, ତକ୍ଷକ ନାଗ ଓ ଶେଷନାଗଙ୍କୁ ପୂଜା କରାଯାଇଥାଏ । ତାଙ୍କ କୃପା ପାଇବାପାଇଁ ଲୋକମାନେ ଉପବାସ କରିଥାନ୍ତି । ଏହି ଦିନରେ ଲୋକମାନେ ନିଜ ଘରର ମୁଖ୍ୟ ଦ୍ୱାର ନିକଟରେ ନାଗଦେବତାଙ୍କର ପ୍ରତିମୂର୍ତିକୁ ଅଙ୍କନ କରିଥାନ୍ତି ।

nag-panchamiଏହି ପୂଜାରେ ନାଗ ଦେବତାଙ୍କ ପୂଜା କରିବା ପାଇଁ ବିଭିନ୍ନ ପ୍ରକାର ଜିନିଷ ବ୍ୟବହାର କରାଯାଇଥାଏ । ଯେପରି ଧାନ, ଦୂବ, ଗାଈ କ୍ଷୀର, ଗୋବର,ଫଳ ଆଦିକୁ ନେଇ ନାଗଦେବତାଙ୍କୁ ପୂଜା କରିଥାନ୍ତି ।

nagପୁରାଣ ଅନୁସାରେ ନାଗଦେବତାଙ୍କୁ ପାତାଳ ଲୋକର ରାଜା ବୋଲି କୁହାଯାଇଥାଏ । ନାଗସାପକୁ ମଧ୍ୟ ଜମିର ରକ୍ଷକ ଭାବେ କୃଷକ ମାନିଥାନ୍ତି କାରଣ ସେ ମୂଷାଙ୍କ ଠାରୁ ଚାଷ ଜମିକୁ ରକ୍ଷା କରିଥାନ୍ତି । ନାଗ ପଞ୍ଚମୀ ଦିନ ଭୂମିକୁ ଖୋଳିବା ନିଶେଦ୍ଧ ହୋଇଥାଏ କାରଣ ନାଗଦେବତା ଭୂମିରେ ହୁଙ୍କା କରି ରହିଥାନ୍ତି ।

ଜାଣନ୍ତୁ କାହିଁକି ପାଳନ କରାଯାଏ ନାଗପଞ୍ଚମୀ ପର୍ବ:

nag-panchamiସମୁଦ୍ର ମନ୍ଥନ ସମୟରେ ନାଗଦେବତା ତାଙ୍କ ମାତାଙ୍କ କଥାକୁ ଅବମାନନା କରିବାରୁ ନାଗମାତା ଯଜ୍ଞ କୁଣ୍ଡରେ ଭସ୍ମ ହୋଇଯିବାର ଅଭିଶାପ ଦେଇଥିଲେ । ଏହି ଅଭିଶାପରୁ ନାଗଦେବତା ରକ୍ଷା ପାଇବା ପାଇଁ ବ୍ରହ୍ମାଙ୍କ ଶରଣାପନ୍ନ ହୋଇଥିଲେ ଏବଂ ବ୍ରହ୍ମା ସେଠାରେ ନାଗଦେବତାଙ୍କୁ କହିଥିଲେ ଯେତେବେଳେ ନାଗବଂଶ ରେ ଜରାକ୍ରାରୁଙ୍କ ପୁତ୍ର ଆସ୍ତିକ ଜନ୍ମନେବେ, ସେତେବେଳେ ଏହି ଅଭିଶାପରୁ ସେ ରକ୍ଷାପାଇପାରିବେ ।

ଶ୍ରାବଣ ପଞ୍ଚମୀ ତିଥିରେ ନାଗ ଦେବତାଙ୍କୁ ଜଳିବାରୁ ଆସ୍ତିକ ମୁନି ରକ୍ଷା କରିଥିଲେ ଓ ଶରୀରରେ କ୍ଷୀର ଡାଳି ଶୀତଳତା ପ୍ରଦାନ କରିଥିଲେ । ଏହିକାରଣରୁ ନାଗ ପଞ୍ଚମୀରେ ନାଗ ପୂଜା କରାଯାଇଥାଏ । ବିଶ୍ୱାସ ଅଛି ଯେ, ଏହି ପୂଜା କରିବା ଦ୍ୱାରା ନାଗଦଶଂନର ଭୟ ମଧ୍ୟ ଦୂର ହୋଇଥାଏ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular