spot_img

ଆସନ୍ତା ୪ରୁ ଖୋଲିବ ଗଞ୍ଜାମ ଜିଲ୍ଲାର ସମସ୍ତ ମନ୍ଦିର

ବ୍ରହ୍ମପୁରଆସନ୍ତା ୪ ତାରିଖରେ ଗଞ୍ଜାମ ଜିଲ୍ଲାର ସମସ୍ତ ମନ୍ଦିର ଖୋଲିବ । ଏ ନେଇ ସୂଚନା ଦେଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ସେପଟେ ଆସନ୍ତାକାଲି ଖୋଲିବାକୁ ଯାଉଛି ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରା ତାରିଣୀଙ୍କ ମନ୍ଦିର। ଭକ୍ତ ମନ୍ଦିରକୁ ଯିବାବେଳେ ସମସ୍ତ କୋରନା କଟକଣା ମାନିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ।

ଦୀର୍ଘ ୧୦ମାସ ପରେ ଠାକୁର ଓ ଭକ୍ତଙ୍କ ମଧ୍ୟରେ ହେବ ସାକ୍ଷାତ।  ଭକ୍ତଙ୍କ ମନ ବ୍ୟାକୁଳ କହିଲେ ନସରେ । ସେପଟେ ମନ୍ଦିର କମିଟି ମଧ୍ୟ ଖୁସି ଜାହିର କରିଛନ୍ତି ।  ଜିଲ୍ଲା ପ୍ରଶାସନର ସମସ୍ତ କରୋନା କଟକଣା ମାନି ଭକ୍ତଙ୍କୁ ମନ୍ଦିର ଭିତରେ ପ୍ରବେଶ କରି ପୂଜାର୍ଚ୍ଚନା କରିବାର ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ଦିର କମିଟି କର୍ତ୍ତୃପକ୍ଷ କହିଛନ୍ତି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular