କୋଲକାତା: ଡିସେମ୍ବର ୨୦ ତାରିଖ ଦିନ ଲଣ୍ଡନରୁ କୋଲକାତା ଫେରିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଅନ୍ୟୂନ ତିନିଜଣ କରୋନାଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା ନମୁନା ପରୀକ୍ଷାରୁ ଜଣାପଡ଼ିଛି। ସେମାନେ ନୂଆ ଷ୍ଟ୍ରେନର କରୋନାଭାଇରସଦ୍ୱାରା ଆକ୍ରାନ୍ତ କି, ନାହିଁ ଜାଣିବାକୁ ସୁନିଶ୍ଚିତ ହେବା ନିମନ୍ତେ ତାଙ୍କ ନମୁନା ‘ଜିନୋମ ସିକ୍ୱେନସିଙ୍ଗ’ ଲାଗି ପଠାଯାଇଛି। ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ବିଭାଗର ଜଣେ କର୍ମଚାରୀ କହିଛନ୍ତି ଯେ, ଚିହ୍ନଟ ତିନି ଆକ୍ରାନ୍ତଙ୍କୁ କୋଲକାତାରେ ଥିବା ସରକାରୀ ଡାକ୍ତରଖାନାରେ ପୃଥକବାସରେ ରଖାଯାଇଛି। ଡିସେମ୍ବର ୨୦ ତାରିଖ ବିମାନରେ ଲଣ୍ଡନରୁ ଆସିଥିବା ଦୁଇଜଣ ବ୍ୟକ୍ତି କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜେଣ ନୂତନ ‘ଷ୍ଟ୍ରେନ’ର ଭୂତାଣୁଦ୍ୱାରା ସଂକ୍ରମିତ ବୋଲି ପରେ ଜଣାପଡ଼ିଥିଲା। ଡିସେମ୍ବର ୨୦ ତାରିଖ ଦିନ ଲଣ୍ଡନରୁ କୋଲକାତା ଆସିଥିବା ୨୨୨ ଯାତ୍ରୀଙ୍କ ମଧ୍ୟରୁ ଏହି ପାଞ୍ଚଜଣ କୋଭିଡ-୧୯ ଆକ୍ରାନ୍ତ ଥିବା କଥା ଜଣାପଡ଼ିଥିଲା। ଡିସେମ୍ବର ୨୩ରୁ ସରକାର ଇଂଲଣ୍ଡକୁ ବିମାନ ଚଳାଚଳ ବନ୍ଦ କରିବା ପୂର୍ବରୁ ତାହା ଥିଲା ସେଠାରୁ କୋଲକାତାକୁ ଶେଷ ବିମାନ ଉଡ଼ାଣ।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0