ନୂଆଦିଲ୍ଲୀ: ନୂତନ ବର୍ଷର ପ୍ରଥମ ଦିନରେ ଭାରତରେ ଜନ୍ମ ନେଇଛନ୍ତି ପାଖାପାଖି ୬୦ ହଜାର ଶିଶୁ । ଅନ୍ୟପଟେ ନବବର୍ଷ ପହିଲାରରେ ବିଶ୍ୱରେ ୩ ଲକ୍ଷ ୭୧ ହଜାର ଶିଶୁ ଜନ୍ମ ନେବେ ବୋଲି ୟୁନିସେଫ ପକ୍ଷରୁ ଆକଳନ କରାଯାଇଥିଲା । ସେହିପରି ଚାଇନାରେ ଜାନୁଆରୀ ୧ରେ ୩୫ ହଜାର ୬୫୧ ଶିଶୁ ଜନ୍ମ ନେଇଛନ୍ତି । ତେବେ ଏହି ସଂଖ୍ୟାରେ ଭାରତ ଆଗରେ ରହିଛି । ଏହା ସହ ଚଳିତ ବର୍ଷ ପ୍ରାୟ ୧୪ କୋଟି ପିଲା ଦୁନିଆ ଦେଖିବେ । ସେମାନଙ୍କ ହାରାହାରି ଆୟୁ ୮୪ ବର୍ଷ ରହିବାର ସମ୍ଭାବନା ରହିଛି । ଅନ୍ୟପଟେ ଚଳିତ ବର୍ଷ ଜନ୍ମ ନେଇଥିବା ଶିଶୁଙ୍କ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ବିଶ୍ୱରେ କୋଭିଡ -୧୯ ମୃତୁ୍ୟବରଣ କରିଥିବା ଲୋକଙ୍କ ସଂଖ୍ୟାର ପ୍ରାୟ ୭୮ ଗୁଣ ରହିବ ବୋଲି ଆକଳନ କରାଯାଇଛି ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0