spot_img

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ମୁକ୍ତିର ନବଦିଗନ୍ତ’ ପୁସ୍ତକ ଉନ୍ମୋଚନ

ନିମାପଡ଼ା: ବର୍ଷୀୟାନ ସ୍ୱାଧିନତା ସଂଗ୍ରାମୀ,ସାମ୍ୟବାଦ ଚିନ୍ତାଧାରାର ମହାନ ଚିନ୍ତାନାୟକ ତଥା କୃଷକ,ଗରୀବ,ଖଟିଖିଆ ଏବଂ ଶ୍ରମିକ ନେତା ନିମାପଡ଼ା – କାକଟପୁରର ପ୍ରଥମ ବିଧାୟକ ସ୍ୱର୍ଗତଃ ମୋହନ ଦାଶଙ୍କ ଆଜି ହେଉଛି ୨୬ତମ ଶ୍ରାଦ୍ଧଦିବସ । ଏହି ଅବସରରେ ସ୍ୱର୍ଗତଃ ମୋହନ ଦାଶଙ୍କ ଆତ୍ମଜୀବନକୁ ଆଧାରକରି ପୁସ୍ତକ “ମୁକ୍ତିର ନବଦିଗନ୍ତ “କୁ ଆଜି ସଂନ୍ଧ୍ୟାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଡିଜିଟାଲ ପ୍ଲାଟଫର୍ମରରେ ଉନ୍ମୋଚନ କରିଥିଲେ । ଏହି ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆଜି ସଂନ୍ଧ୍ୟାରେ ନିମାପଡ଼ା ବ୍ଲକ ସଭାଗୃହରେ ମାନ୍ୟବର ଗଣଶିକ୍ଷାମନ୍ତ୍ରୀ ସମୀର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଅନ୍ୟତମ ଅତିଥିଭାବେ ରାଜ୍ୟ କ୍ରିଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା,ବାମପନ୍ଥୀ ନେତା ତଥା ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ, ବିଶିଷ୍ଟ ଶ୍ରମିକନେତା ଜନାର୍ଦ୍ଧନ ପତି ପ୍ରମୁଖ ଯୋଗଦେଇଥିଲେ । ଡଃ ବେଣୁଧର ସେନାପତିଙ୍କ ଦ୍ୱାରା ଲିଖିତ ଏହି ପୁସ୍ତକକୁ ରତ୍ନାକର ଦାଶ ଫାଉଣ୍ଡେସନ ପକ୍ଷରୁ ପ୍ରକାଶ କରାଯାଇଛି । ସମଗ୍ର ଦେଶରେ ଚାଲିଥିବା ଚାଷୀ ଆନେ୍ଦାଳନ ପରିପେକ୍ଷୀରେ ଆଜିର ଉନ୍ମୋଚିତ ପୁସ୍ତକ ବେଶ ଉପାଦେୟ ହୋଇପାରିବ ବୋଲି ଅତିଥିମାନେ ମତ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular