spot_img

ଦୀର୍ଘ ୯ମାସ ପରେ ଖୋଲିଲା ଭଦ୍ରକର ବିଭିନ୍ନ ମନ୍ଦିର

ଭଦ୍ରକ :  ଦୀର୍ଘ ୯ମାସର ବ୍ୟବଧାନ ପରେ ରାଜ୍ୟରେ ବିଭିନ୍ନ ମନ୍ଦିର ସାଧାରଣଲୋକଙ୍କ ଦର୍ଶନ ନିମନ୍ତେ ଖୋଲିଛି । ଏହିପରିପ୍ରେକ୍ଷୀରେ ଭଦ୍ରକର ଆଖଣ୍ଡଳମଣିଙ୍କ ସମେତ ଆରାଧ୍ୟ ଦେବୀ ମା ଭଦ୍ରକାଳୀଙ୍କ ମନ୍ଦିର ମଧ୍ୟ ସାଧାରଣ ଦର୍ଶନ ପାଇଁ ଖୋଲିଛି ।

କରୋନା ସଂକ୍ରମଣ ପାଇଁ ରାଜ୍ୟର ସମସ୍ତ ମନ୍ଦିର ଓ ଧର୍ମାନୁଷ୍ଠାନ ବନ୍ଦ ରହିଛି । ମାସ ମାସ ଧରି ମାଆଙ୍କୁ ଦର୍ଶନ କରି ନପାରି ବ୍ୟାକୁଳ ଭାବେ ଅପେକ୍ଷା କରିଥିବା ଶ୍ରଦ୍ଧାଳୁ  ମାନେ ଆଜି ମାଆ ଙ୍କୁ ଦର୍ଶନ କରିବା ପାଇଁ ମନ୍ଦିରକୁ ଛୁଟି ଆସିଛନ୍ତି । କୋଭିଡ କଟକଣା ମଧ୍ୟରେ ମାଆଙ୍କୁ ଦର୍ଶନ କରାଯିବାର ବ୍ୟବସ୍ଥା ରହିଛି । ଦୀର୍ଘ  ଦିନ ପରେ ମନ୍ଦିର ଖୋଲୁଥିବାରୁ, ସକାଳୁ ସକାଳୁ କେଉଁ ଦୂର ଦୂରାନ୍ତରୁ ଶ୍ରଦ୍ଧାଳୁ  ମାନେ ପିଠକୁ ଛୁଟି ଆସିଛନ୍ତି । ଶ୍ରଦ୍ଧାଳୁ ମାନେ କିପରି ଶୃଙ୍ଖଳିତ ଭାବେ ମାଆଙ୍କୁ ଦର୍ଶନ କରିବେ। ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ପ୍ରଶାସନର ସମସ୍ତ ପ୍ରକାରର କୋଭିଡ କଟକଣା ପାଳନ କରି ଶ୍ରଦ୍ଧାଳୁ ମାନେ ମାଆଙ୍କୁ ଦର୍ଶନ କରୁଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular