ପୁରୀ: ପୁରୀ ଜିଲ୍ଲାର ବ୍ରହ୍ମଗିରି ରେଞ୍ଜରେ ପକ୍ଷୀ ଗଣନା ଆରମ୍ଭ ହୋଇଥିବାର ଖବର ମିଳିଛି। ସକାଳ ୬ଟାରୁ ବ୍ରହ୍ମଗିରି ରେଞ୍ଜରେ ପକ୍ଷୀ ଗଣନା ଆରମ୍ଭ ହୋଇଛି। ଏଥିଲାଗି ରେଞ୍ଜକୁ ୪ଟି ଜୋନରେ ଭାଗ କରାଯାଇଛି। ଏଥିରେ ସୁନାମୁହିଁରୁ ବରକୁଦି, ବ୍ରହ୍ମଗିରି ଢ଼ବା ଛକରୁ ଗୋଲରା, କାଠୁଆରେଡ଼ି ଛକରୁ ଖଜୁରିଆ, ଜଗନ୍ନାଥ ସଡ଼କରୁ ପଥରପଦ ଯାଏଁ ଏହି ଗଣନା ଚାଲିଛି। ଏହି ପକ୍ଷୀ ଗଣନା କାର୍ୟ୍ୟରେ ମୋଟ ୨୫ଜଣ ନିୟୋଜିତ ହୋଇଛନ୍ତି। ଗତବର୍ଷ ଏହି ରେଞ୍ଜରେ ୧୦୧ ପ୍ରଜାତିର ପ୍ରାୟ ୯୦ ହଜାର ୭୬୩ଟି ବିଦେଶାଗତ ପକ୍ଷୀ ଦେଖିବାକୁ ମିଳିଥିଲେ। ଏହା ସହ ୫ଟି ନୂଆ ଅତିଥି ପକ୍ଷୀ ମଧ୍ୟ ଚିହ୍ନଟ ହୋଇଥିଲା।



Visitors Today : 2
Total Visitors : 130305
Total Views : 9891808
Visitors Online Now : 0