ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ସରଳସିଂ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ସୂଚନା ମୁତାବକ ଗୋପାଳପୁର ଠାରୁ ବଡ଼ବିଲ ଯାଉଥିବା ଏକ କୋଇଲା ବୋଝେଇ ଟ୍ରକଟିର ଚକା ପମ୍ପଚର ହୋଇଯିବାରୁ ସରଳସିଂ ଛକରେ ଠିଆ ହୋଇଥିଲା। ପାଖାପାଖି ଅପରାହ୍ନ ୫ ଘଟିକା ସମୟରେ ବଡ଼ବିଲ ଯାଉଥିବା ଅନ୍ୟ ଏକ କୋଇଲା ବୋଝେଇ ଟ୍ରକ ପୂର୍ବରୁ ଠିଆ ହୋଇଥିବା ଟ୍ରକକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା । ଡ୍ରାଇଭର ଜଣଙ୍କ ଟ୍ରକ ଭିତରେ ଚାପି ହୋଇ ଫସି ରହିଥିଲେ। ଖବର ପାଇ ସଙ୍ଗେ ସଙ୍ଗେ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଏବଂ ବାଲୁଗାଁ ଓ ଗଙ୍ଗାଧରପୁର ଅଗ୍ନିଶମ ବାହିନୀ ଦୁର୍ଘଟଣା ସ୍ଥଳରେ ପହଁଚି ସ୍ଥାନୀୟ ଲୋକମାନଙ୍କ ସହଯୋଗରେ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲ ପଠାଇଛନ୍ତି। ଏବଂ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାର ସୂଚନା ମିଳିଛି।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0