ଭୁବନେଶ୍ୱର: ସୋସିଆଲ ମିଡ଼ିରେ ଠକଙ୍କ ରାଜୁତି ରୋକିବାକୁ କ୍ରାଇମବ୍ରାଞ୍ଚର ନୂଆ ପ୍ରୟାସ । ଏଥର ଖସିପାରିବେନି ସାଇବର ଠକ । ସାଇବର ଠକେଇରୁ ବର୍ତ୍ତିବା ପାଇଁ ଆଡ୍ଭାଇଜରି ଜାରି କରିଛି କ୍ରାଇମ୍ବ୍ରାଞ୍ଚ୍ । ସାଇବର ଠକ ପ୍ରଥମେ ଫେସବୁକ୍ ଆକାଉଣ୍ଟ ପ୍ରୋଫାଇଲ ଭିଜିଟ୍ କରି ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଉଛନ୍ତି । ପରେ ମେସେଞ୍ଜରରେ ୨ଜଣଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇ ବାର୍ତ୍ତାଳାପ ହୁଏ । ସାଇବର ଠକ ହ୍ୱାଟ୍ସଆପ୍ ନମ୍ବର ମାଗି ଅଡିଓ, ତା’ପରେ ଭିଡିଓ ଚାଟ୍ କରିବାକୁ ଅନୁରୋଧ କରେ ।
ଫେସବୁକରେ ଥିବା ସୁନ୍ଦରୀ ଝିଅ କିମ୍ବା ପୁଅ ଦେଖି ଅନୁରୋଧକୁ ଆକ୍ସେପ୍ଟ କରିନିଅନ୍ତି । କିଛିଦିନ ମଧ୍ୟରେ ସେମାନଙ୍କ ମଧ୍ୟରେ ଅଶ୍ଲୀଳ ଭିଡିଓ ଚାଟ୍ ଆରମ୍ଭ ହୁଏ । ଭିଡିଓ ଚାଟକୁ ସାଇବର ଠକ ନିଜ ମୋବାଇଲରେ ସ୍କ୍ରିନ ରେକର୍ଡ କରି ରଖେ । କିଛିଦିନ ପରେ ପରିବାର , ସମ୍ପର୍କୀୟ କିମ୍ବା ସୋସିଆଲ ମିଡିଆରେ ପୋଷ୍ଟ କରିବା ଧମକ ଦେଇ ଗୁଗ୍ଲ ପେ’ କିମ୍ବା ଫୋନ୍ପେ’ରେ ଟଙ୍କା ପଠାଇବାକୁ ବାଧ୍ୟ କରେ ।କିଛିଦିନ ହେଲା ଏଭଳି ଅଭିଯୋଗ ଆସୁଥିବାରୁ ଏପରି ଠକଙ୍କଠାରୁ ଦୂରେଇ ରହିବା ସହ ଅଜଣା ଲୋକଙ୍କ ଫ୍ରେଣ୍ଡ ରିକ୍ୱେଷ୍ଟ ଆକ୍ସେପ୍ଟ ନକରିବାକୁ କ୍ରାଇମ୍ବ୍ରାଞ୍ଚ୍ ପରାମର୍ଶ ଦେଇଛି । ଏଭଳି ଠକମାନଙ୍କର କାର୍ଯ୍ୟକଳାପକୁ ରୋକିବା ପାଇଁ ଏମିତି ଏକ ନୂଆ ପ୍ରୟାସ କରିଛି କ୍ରାଇବ୍ରାଞ୍ଚ ।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0