spot_img

ରାଜଧାନୀରୁ ଧରାପଡିଲା ଝାଡଖଣ୍ଡ ମୋବାଇଲ ଲୁଟେରା ଗ୍ୟାଙ୍ଗ, ୩ ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଧରାପଡିଲା ଝାଡଖଣ୍ଡ ମୋବାଇଲ ଲୁଟେରା ଗ୍ୟାଙ୍ଗ । ୧୦୩ଟି ମୋବାଇଲ ଫୋନକୁ ଜବତ କରାଯାଇଛି । ଏହାସହ ୩ ଜଣଙ୍କୁ ପୁଲିସ ଗିରଫ କରିଛି । ଆଇଫୋନ ଭଳି ନାମୀଦାମୀ ଫୋନକୁ ଟାର୍ଗେଟ କରିଥିଲେ ଲୁଟେରା । ମୋବାଇଲ ଚୋରି ନେଇ ବହୁ ଅଭିଯୋଗ ହେବା ପରେ ପୁଲିସ ଛାନଭିନ ଚଳାଇଥିଲା । ଆଜି ଏହି ଗ୍ୟାଙ୍ଗକୁ ଧରିବାରେ ପୁଲିସ ସକ୍ଷମ ହୋଇଛି । ଏହାପୂର୍ବରୁ ମଧ୍ୟ ଝାଡଖଣ୍ଡ ଜମତରାର ଅନଲାଇନ ଠକେଇ ଗ୍ୟାଙ୍ଗ କଥା ସାମ୍ନାକୁ ଆସିଥିଲା । ଫୋନରେ ବିଭିନ୍ନ ପ୍ରଲୋଭନ ଦେଖାଇ ଲୋକମାନଙ୍କୁ ଠକୁଥିଲା ଏହି ଗ୍ୟାଙ୍ଗ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular