spot_img

ପକ୍ଷୀଙ୍କ ସୁରକ୍ଷା ଉପରେ ବନ ବିଭାଗର କଡା ନଜର

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ରେଞ୍ଜର ୩ଟି ସେକ୍ସନରେ ପକ୍ଷୀ ଗଣନା କାର୍ଯ୍ୟ ଚାଲିଛି। ଏ ସଂପର୍କରେ ପାଟଣା ରେଞ୍ଜର ପବିତ୍ର ମୋହନ ନାଏକ ସୂଚନା ଦେଇଛନ୍ତି। ଖୀରେଇଟାଙ୍ଗିରୀ ସେକ୍ସନର ବଡ଼ବନ୍ଧକୁ ଅନେକ ପ୍ରଜାତିର ୩୦୦ରୁ ଉର୍ଦ୍ଧ୍ବ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଛି। ପକ୍ଷୀଙ୍କ କିଚିରି ମିଚିରି ଶବ୍ଦ ପରିବେଶବିତ୍ ଓ ପକ୍ଷୀ ପ୍ରେମୀଙ୍କୁ ବେଶ ଆନନ୍ଦ ଦେଉଥିବା ବେଳେ ପକ୍ଷୀଙ୍କ ସୁରକ୍ଷା ପାଇଁ ବନ ବିଭାଗ କଡା ନଜର ରଖିଛି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular