spot_img

ସାଇବର ଠକେଇରୁ ବର୍ତ୍ତିବା ପାଇଁ ଆଡଭାଇଜରି ଜାରି କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ସୋସିଆଲ ମିଡ଼ିରେ ଠକଙ୍କ ରାଜୁତି ରୋକିବାକୁ କ୍ରାଇମବ୍ରାଞ୍ଚର ନୂଆ ପ୍ରୟାସ । ଏଥର ଖସିପାରିବେନି ସାଇବର ଠକ । ସାଇବର ଠକେଇରୁ ବର୍ତ୍ତିବା ପାଇଁ ଆଡଭାଇଜରି ଜାରି କରିଛି କ୍ରାଇମବ୍ରାଞ୍ଚ । ସାଇବର ଠକ ପ୍ରଥମେ ଫେସବୁକ ଆକାଉଣ୍ଟ ପ୍ରୋଫାଇଲ ଭିଜିଟ କରି ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଉଛନ୍ତି । ପରେ ମେସେଞ୍ଜରରେ ୨ଜଣଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇ ବାର୍ତ୍ତାଳାପ ହୁଏ । ସାଇବର ଠକ ହ୍ୱାଟ୍ସଆପ ନମ୍ବର ମାଗି ଅଡିଓ, ତା’ପରେ ଭିଡିଓ ଚାଟ କରିବାକୁ ଅନୁରୋଧ କରେ । କିଛିଦିନ ମଧ୍ୟରେ ସେମାନଙ୍କ ମଧ୍ୟରେ ଅଶ୍ଲୀଳ ଭିଡିଓ ଚାଟ ଆରମ୍ଭ ହୁଏ । ଭିଡିଓ ଚାଟକୁ ସାଇବର ଠକ ନିଜ ମୋବାଇଲରେ ସ୍କ୍ରିନ ରେକର୍ଡ କରି ରଖେ । କିଛିଦିନ ପରେ ପରିବାର , ସମ୍ପର୍କୀୟ କିମ୍ବା ସୋସିଆଲ ମିଡିଆରେ ପୋଷ୍ଟ କରିବା ଧମକ ଦେଇ ଗୁଗଲ ପେ’ କିମ୍ବା ଫୋନ ପେ’ରେ ଟଙ୍କା ପଠାଇବାକୁ ବାଧ୍ୟ କରେ । କିଛିଦିନ ହେଲା ଏଭଳି ଅଭିଯୋଗ ଆସୁଥିବାରୁ ଏପରି ଠକଙ୍କଠାରୁ ଦୂରେଇ ରହିବା ସହ ଅଜଣା ଲୋକଙ୍କ ଫ୍ରେଣ୍ଡ ରିକ୍ୱେଷ୍ଟ ଆକସେପ୍ଟ ନକରିବାକୁ କ୍ରାଇମବ୍ରାଞ୍ଚ ପରାମର୍ଶ ଦେଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular