spot_img

ଖୋର୍ଦ୍ଧାରେ କରୋନା ସଚେତନତା କାର୍ଯ୍ୟକ୍ରମ

ଖୋର୍ଦ୍ଧା: ଖୋର୍ଦ୍ଧାରେ କରୋନା ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l  ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ବାଲୁଗାଁ ସରକାରୀ ଡାକ୍ତରଖାନା ସମ୍ମୁଖରେ ଆରାଧନା ନାଟ୍ୟ ସଂସଦ ତରଫରୁ କରୋନା ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ୟ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି କରୋନା ମହାମାରୀ ଠାରୁ ଜନସାଧାରଣଙ୍କୁ ଦୁରେଇ ରଖିବାକୁ ହେଲେ କିଭଳି ଭାବେ ସଚେତନତା ଅବଲମ୍ବନ କରିବାକୁ ହୁଏ, ତା’ ବିଷୟରେ ଏକ ନାଟକର ଆୟୋଜନ କରାଯାଇଥିଲା l ଏହି ନାଟକ ମାଧ୍ୟମରେ ଜନସାଧାରଣଙ୍କୁ କରୋନା ସମ୍ପର୍କିତ ବାର୍ତ୍ତା ମଧ୍ୟ ଦେଇଥିଲେ l ନାଟକର ଲେଖକ ତଥା ମୁଖ୍ୟ ପରିଚାଳକ – ବିବେକାନନ୍ଦ ପଣ୍ଡା, ନିର୍ଦ୍ଧେଶନା – ତ୍ରିବିକ୍ରମ ପଣ୍ଡା ଓ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି, ସମ୍ପାଦକ – ନିରଞ୍ଜନ ଦାଶ, ମୁଖ୍ୟ ସହଯୋଗୀ – ଜିତେନ୍ଦ୍ର ବେହେରା ଓ ସୁଦର୍ଶନ ଦାଶଙ୍କ ପୂର୍ଣ୍ଣ ସହଯୋଗରେ ସଫଳତାର ସହିତ ପାଳିତ ହୋଇଯାଇଛି ଏହି କାର୍ୟ୍ୟକ୍ରମ l ଏଭଳି ଏକ କାର୍ୟ୍ୟକ୍ରମର ଆୟୋଜନ କରି ସ୍ଥାନୀୟ ଅଞ୍ଚଳ ରେ ପ୍ରଶଂସା ସାଉଁଟିଛନ୍ତି ଏହି ଅନୁଷ୍ଠାନ l

LEAVE A REPLY

Please enter your comment!
Please enter your name here

- Advertisment -

Most Popular