କେନ୍ଦ୍ରାପଡା: ଗତକାଲି ବିଳମ୍ବିତ ରାତିରେ ମାର୍ଶାଘାଇ ଥାନା ଜାତୀୟ ରାଜପଥ କଡର ଏକ ଢାବା ଉପରକୁ ବୋମାମାଡ଼ ହୋଇଛି । ବୋମାମାଡ କରି ଦୃଵୃର୍ତ୍ତ ଫେରାର୍ ହୋଇଯାଇଥିବା ଅଭିଯୋଗ ହୋଇଛି । ଘଟଣାରେ ପୋଲିସ ତଦନ୍ତ ଜାରି ରହିଛି । ବୋମାମାଡରେ କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । କିଏ ଓ କାହିଁକି ବୋମାମାଡ କରିଛି, ତାର ତଦନ୍ତ ଜାରି ରଖିଛି ପୋଲିସ ।
ଢାବା ବନ୍ଦ ଥିବା ସମୟରେ ବୋମା ମାଡ଼ ହୋଇଥିଲା । ପ୍ରଥମ ବୋମା ନ ଫୁଟିବା ପରେ ଦ୍ୱିତୀୟ ବୋମା ପକାଇଥିଲେ ଦୁର୍ବୃତ୍ତ । ଘଟଣା ସମ୍ପର୍କ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଫୁଟି ନଥିବା ବୋମାଟିକୁ ନିଷ୍କ୍ରିୟ କରିବାକୁ ପ୍ରୟାସ କରିଥିଲେ । ତେବେ ବୋମାଟି ହାତ ତିଆରି ବୋଲି ଜଣାପଡ଼ିଛି । ତେବେ ଉକ୍ତ ଢାବାରେ କେହି ଲୋକ ନିଥିବା ସୂଚନା ମିଳିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0