କୋଭାକ୍ସିନ୍ ଓ କୋଭିଶିଲ୍ଡ ପରେ ଭାରତର ଆଉ ଏକ ଟିକା ଅନୁମତି ଆଶାରେ । ଭାରତ ବାୟୋଟେକର କୋଭାକ୍ସିନ୍ ଏହଂ ସେରମ ଇନଷ୍ଟିଚ୍ୟୁଟର କୋଭିଶିଲ୍ଡ ଟିକାକୁ ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ ଜରୁରୀକାଳୀନ ଭାବେ ବ୍ୟବହାର ପାଇଁ ଅନୁମତି ଦେଇଛି । ଏବେ ଆଉ ଏକ ଟିକା ଜାୟଡସ କ୍ୟାଡିଲାକୁ ତୃତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ଅନୁମତି ମିଳିଛି । କୋଭାକ୍ସିନ୍ ଦେଶର ପ୍ରଥମ ସ୍ୱଦେଶୀ ଟିକା ହୋଇଥିବା ବେଳେ ଜାୟଡସ କ୍ୟାଡିଲା ଦେଶର ଦ୍ୱିତୀୟ ସ୍ୱଦେଶୀ ଟିକା । ମାତ୍ର ଦେଶର ପ୍ରଥମ ସ୍ୱଦେଶୀ ଡିଏନଏ ଟିକା ଭାବରେ ରେକର୍ଡ କରିଛି ଏହି କ୍ୟାଡିଲା ଟିକା । ଏହି ଟିକା ପ୍ରସ୍ତୁତିକୁ ବିଆଇଆରଏସି ଏବଂ କେନ୍ଦ୍ରର ବାୟୋଟେକ୍ନୋଲୋଜି ବିଭାଗ ଅଧୀନରେ ଥିବା ନ୍ୟାଶନାଲ ବାୟୋଫାର୍ମା ମିସନ୍ ସମର୍ଥନ କରିଛି । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷାରେ ବିଶେଷଜ୍ଞ କମିଟି ସନ୍ତୁଷ୍ଟ ହେବା ପରେ ତୃତୀୟ ପର୍ଯ୍ୟାୟ ପାଇଁ ଅନୁମତି ମିଳିଛି । ଏହି ଟିକାର ତିନୋଟି ଡୋଜ ନେଲେ ରୋଗପ୍ରତିରୋଧକ ଶକ୍ତି ବଢିଥାଏ । ମାତ୍ର ସ୍ୱଳ୍ପ ବ୍ୟବଧାନରେ ଏହି ତିନୋଟି ଡୋଜ ନେବାକୁ ପଡିବ । ଜାଇଡସ କ୍ୟାଡିଲା ଭାରତରେ ୧ ହଜାରରୁ ଅଧିକ ସ୍ୱେଚ୍ଛାସେବୀମାନଙ୍କ ଉପରେ ଏହି ଡିଏନଏ ଟିକା କରଣ କରିଛି । କ୍ୟାଡିଲା ହେଲଥ କେୟାର ସଂସ୍ଥା ପ୍ରସ୍ତୁତ କରିଥିବା ଏହି ଟିକାର ନାମ ଏନ-କଭ୍- ଭ୍ୟାକ୍ସିନ । ଡିଏନଏ ପ୍ଲାଟଫର୍ମ ଟେକ୍ନୋଲୋଜି ବ୍ୟବହାର କରି କ୍ୟାଡିଲା ଏହି ଟିକା ବିକଶିତ କରିଛି । ଏହି ଟିକାକୁ ଇଂଜେକ୍ସନ ଆକାରରେ ନିୟମିତ ବ୍ୟବଧାନରେ ୩ ଥର ନେବାକୁ ପଡିବ । ତୃତୀୟ ପର୍ଯ୍ୟାୟରେ ୨୬ ହଜାର ଭାରତୀୟଙ୍କୁ ପରୀକ୍ଷାମୂଳକ ଭାବେ ଏହି ଟିକା ଦେବାକୁ ନିଷ୍ପତ୍ତି ହୋଇଛି ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0