ଭୁବନେଶ୍ୱର : ରବିବାର ଭାରତୀୟ ଭାଷା ଆନ୍ଦୋଳନ ପକ୍ଷରୁ ରାଷ୍ଟ୍ରୀୟ ସାଇକେଲ ଯାତ୍ରାର ଦ୍ୱିତୀୟ ପର୍ୟ୍ୟାୟରେ ଧଉଳି ଶାନ୍ତିସ୍ତୁପ ଠାରୁ ଜୟଦେବ ପୀଠ କେନ୍ଦୁବିଲ୍ଵ ପର୍ୟ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ଧଉଳୀଠାରେ ସ୍ଥାନୀୟ ସରପଞ୍ଚ ପୁଣ୍ଣିମା ସାହୁ ପତାକା ହଲାଇ ପ୍ରାରମ୍ଭିକ ଉଦଘାଟନ କରିଥିଲେ । ଭାରତୀୟ ଭାଷା ଆନ୍ଦୋଳନର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ସୁପ୍ରିମକୋର୍ଟ ଆଇନଜୀବୀ ପ୍ରଶାନ୍ତ ବର୍ମା ଙ୍କ ପ୍ରତ୍ୟକ୍ଷ ତତ୍ୱବିଧାନରେ ପୂର୍ବତନ ସମ୍ପାଦକ ତଥା ଓଡିଶା ଉଚ୍ଚ ନ୍ୟାୟାଳୟ ର ଆଇନଜୀବୀ ମୃଗାଙ୍କ ମଉଳି ପଟ୍ଟନାୟକ, ଖୋର୍ଦ୍ଧା ଜିଲ୍ଲା ସଭାପତି ତଥା ଆଇନଜୀବୀ ସୁଜିତ କୁମାର ସ୍ୱାଇଁ, ପୁରୀ ଜିଲ୍ଲା କାର୍ୟ୍ୟକାରିଣୀ ସଦସ୍ୟ ଉମାଶଙ୍କର ଶତପଥୀ ,ଭୁବନେଶ୍ୱର ଓକିଲ ସଂଘର ବରିଷ୍ଠ ଆଇନଜୀବୀ ବିଭୁତି ଭୂଷଣ ମର୍ଦରାଜରାୟ ,କୋଷାଧ୍ୟକ୍ଷ ଶକ୍ତିପ୍ରସାଦ ଛୋଟରାୟ ,କାର୍ୟ୍ୟକାରୀ କମିଟି ସଭ୍ୟ ସୁରେଶ କୁମାର ଦାସ ,ଯୁବ ଆଇନଜୀବୀ ପ୍ରଭୁପାଦ ଦତ୍ତ ପ୍ରମୁଖ ଏହି ସାଇକେଲ ଯାତ୍ରା ପରିଚାଳନା କରି ନିଜ ନିଜର ବକ୍ତବ୍ୟ ଜନତାଙ୍କ ସପକ୍ଷରେ ସ୍ଥାନୀୟ ନେତୃତ୍ଵଙ୍କ ସହ ରଖିଥିଲେ। ସେହିପରି ପୁର୍ବାହ୍ନ ସାଢେ ୧୧ ଟାରେ ପହଞ୍ଚିଲା ପରେ ବାଳକାଟିରେ ଏହି କାର୍ୟ୍ୟକ୍ରମକୁ ସ୍ଥାନୀୟ ସରପଞ୍ଚ ଭାଗ୍ୟଧର ନନ୍ଦୀ , ପ୍ରତାପ ଶାସନ ଡିଗ୍ରୀ କଲେଜର ଅଧ୍ୟକ୍ଷ କାଳନ୍ଦୀ ଚରଣ ସାହୁ , ଯୁବନେତା ଶିବ ମଲ୍ଲିକ୍ , ମାନସ କୁମାର ନାୟକ, ବିଧାୟକଙ୍କ ପ୍ରତିନିଧି ଅଚ୍ୟୁତାନନ୍ଦ ପାତ୍ର, ଜିଲ୍ଲାପରିଷଦ ସଭ୍ୟ ଅମରେନ୍ଦୁ ପ୍ରସାଦ ପଟ୍ଟନାୟକ, ଚିନ୍ମୟ ମହାନ୍ତି ସ୍ବାଗତ କରିଥିଲେ । ଦୀର୍ଘ ୩୦ କିଲୋମିଟର ଯାତ୍ରା ମଧରେ ଆଠଟି ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି।ଏହି ସଭାଗୁଡିକରେ ବହୁତ ସ୍ଥାନୀୟ ନେତୃ ବର୍ଗ, ସ୍ବେଚ୍ଛାସେବୀ ଯୋଗଦେଇଥିଲେ।ସାଧାରଣ ଜନତାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ବିପୁଳ ସହଯୋଗ ମିଳିଥିଲା ।ଏହି କାର୍ୟ୍ୟକ୍ରମ ର ମୂଳ ଲକ୍ଷ “ଜନତାଙ୍କୁ ନ୍ୟାୟ ଜନତାଙ୍କ ଭାଷାରେ ମିଳୁ ” ଓଡ଼ିଶାର ଉଚ୍ଚ ନ୍ୟାୟାଳୟ ଏବଂ ଏହାର ଅଧସ୍ତନ ନ୍ୟାୟାଳୟର ଆମର ଆଞ୍ଚଳିକ ଭାଷା ଓଡ଼ିଆରେ ହେଉ। ଏହି ରାଷ୍ଟ୍ରୀୟ ଯାତ୍ରାରେ ଧଉଳି ଶାନ୍ତିସ୍ତୁପ, ଉତ୍ତରା ଛକ, ବାଳକାଟି ,ବୁଦ୍ଧିପଡା, ଶିଶିଲୋ,ଗୋପବନ୍ଧୁ ଛକ , ବାଲିପାଟଣା ବଜାର,ଖମଙ୍ଗ ବଜାର ଦେଇ ଶେଷରେ ଅପରାହ୍ନ ସାଢେ ୪ ଟାରେ ଜୟଦେବ ପିଠ ଠାରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ଏହି ସାଇକେଲ ଶୋଭାଯାତ୍ରାରେ ସହଯୋଗ କରିଥିଲେ ଯୂବ ସ୍ବେଛାସେବୀ ସନ୍ତୋଷ କୁମାର ବେହେରା , ରଜତ କୁମାର ଦାସ, ଚନ୍ଦନ କୁମାର ଦାସ, ତୋଫାନ କୁମାର ଦାସ ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0