କୋରାପୁଟ: କୋରାପୁଟ ଜୟପୁର ରେଳରାସ୍ତାର ମାନବର ଷ୍ଟେସନ ନିକଟରେ ଘଟିଛି ଏହି ଘଟଣା।ମୃତ ଯୁବକର ପରିଚୟ ମିଳିଛି। ଷ୍ଟେସନ ନିଜଟରେ ଅବସ୍ଥିତ ଗୌଡଗୁଡା ଗ୍ରାମର ଖୁଢି ଗୌଡ ବୋଲି ଜଣା ପଡିଛି। ଯୁବକର ମୁଣ୍ଡରୁ ଶରୀର ଅଲଗା ହୋଇଯାଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଗତ ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ତେବେ ସେ ବିବାହିତ ହୋଇଥିବାବେଳେ, କୌଣସି କାରଣକୁ ନେଇ ଘରେ ଅଶାନ୍ତି ଦେଖା ଦେଇଥିଲା । ଯାହାଫଳରେ ଗତ ୨ ଦିନ ଧରି ସେ ଘରକୁ ଆସିନଥିଲେ। ଏକ ମାଲବାହୀ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0