ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆରରେ ଜାରି ରହିଛି ଅସହ୍ୟ ଥଣ୍ଡା ସାଙ୍ଗକୁ ଝିପି ଝିପି ବର୍ଷା । ତା ସହିତ ଜାରି ରହିଛି କୃଷକଙ୍କ ଆନ୍ଦୋଳନ । ଏଭଳି ଆନ୍ଦୋଳନ ମଧ୍ୟରେ ଆଜି ସପ୍ତମ ଥର ପାଇଁ ସରକାର ଓ କୃଷି ସଂଗଠନ ମାନଙ୍କ ମଧ୍ୟରେ ଆଲୋଚନା ହେବାର କାର୍ୟ୍ୟକ୍ରମ ରହିଛି । ଆଶା କରାଯାଉଛି କି ଏହି ଆଲୋଚନାରୁ କିଛି ନିସ୍କର୍ଶ ବାହାରିବ । ଏହା ପୂର୍ବରୁ ହୋଇଥିବା ବୈଠକରେ ସରକାର କୃଷକ ମାନଙ୍କର ୨ ଟି ଦାବି ମାନି ନେଇଛନ୍ତି । ମାତ୍ର ବିଲ ପ୍ରତ୍ୟାହାର ଓ ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନସିଦ୍ଧ କରିବା ଦାବିରେ ଏବେ ବି କୃଷକ ମାନେ ଅଟଳ ରହିଥିବା କୁହାଯାଉଛି । ଏହି ଆଲୋଚନାକୁ ଆଜି ସାରା ଦେଶର କୃଷକ ମାନେ ଅପେକ୍ଷା କରିଥିବା ବେଳେ ଆଜି ସକାଳୁ ଶହ ଶହ ବୌଦ୍ଧ ଭିକ୍ଷୂମାନେ କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ଗାଜିପୁର ସୀମାରେ ଚାଲିଥିବା କୃଷକ ଆନ୍ଦୋଳନରେ ଯୋଗ ଦେଇଛନ୍ତି । ସରକାରଙ୍କ ସହିତ ଆଲୋଚନା ପୂର୍ବରୁ କୃଷକ ନେତା ରାକେଶ ଟିକାୟତ କହିଛନ୍ତି କି ସରକାର ବୁଝିଯିବା ଦରକାର କି କୃଷକ ମାନେ କାହା କଥାରେ ପରିଚାଳିତ ହୋଇ ଆନ୍ଦୋଳନକୁ ଓହ୍ଲାଇ ନାହାନ୍ତି , ସେମାନେ ଯାହା ଉପଲବ୍ଧି କରିଛନ୍ତି ତାହାକୁ ନେଇ ସେମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସରକାର ପାରିତ କରିଥିବା କୃଷକ ବିରୋଧି ୩ ଟି କୃଷି ଆଇନ ପ୍ରତ୍ୟାହାର ନହେବା ଯାଏ ଏହି ଆନ୍ଦୋଳନ ଜାରି ରହିବ । ସରକାର ତୁରନ୍ତ ପାରିତ ହୋଇଥିବା ଆଇନକୁ ପ୍ରତ୍ୟାହାର କରନ୍ତୂ ଓ କୃଷି ଉତ୍ପାଦିତ ସାମଗ୍ରୀ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନସିଦ୍ଧ କରନ୍ତୁ ବୋଲି ସେ ଦାବି କରିଛନ୍ତି। ସେ ଆହୁରି କହିଛନ୍ତି କି ଯଦି ଆଜି ସରକାର କୃଷକ ମାନଙ୍କର ଦାବି ମାନି ନନିଅନ୍ତି ତାହେଲେ ୨୬ ଜାନୁଆରୀ ଦିନ କୃଷକ ମାନେ ଦିଲ୍ଲୀରେ ଟ୍ରାକ୍ଟର ମାର୍ଚ୍ଚ କରିବେ । ଆଜି ଅପରାହ୍ନରେ ପୁଣିଥରେ କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ଆଲୋଚନା ହେବ । ଅଷ୍ଟମଥର ହେବାକୁ ଥିବା ଏହି ଆଲୋଚନାରେ ସରକାର କୃଷକ ଆନ୍ଦୋଳନରେ ବ୍ରେକ ଲଗାଇବାକୁ ଚେଷ୍ଟା କରିବେ । ବିଜୁଳି ବିଲ ଓ ପ୍ରଦୁର୍ଷଣ ମାମଲାରେ ସରକାର ପୂର୍ବରୁ ସହମତି ପ୍ରକାଶ କରିସାରିଛନ୍ତି । ମାତ୍ର ଏମଏସପି ଓ ପାରିତ ହୋଇଥିବା ବିଲ୍ କୁ ପ୍ରତ୍ୟାହାର ଉପରେ ଆଜି ଆଲୋଚନା ହେବ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0