ବାଲିଶଙ୍କରା : ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ଅନ୍ତର୍ଗତ ଘୋଘର ଗ୍ରାମସ୍ଥିତ ଇବ୍ ନଦୀରେ ଦୁଃଖଦ ଘଟଣା ଘଟିଛି। ୨୭ ବର୍ଷୀୟ ଅନୁପମା ପ୍ରଜାପତି ପରିବାର ସହ ବଣ ଭୋଜି କରିବାକୁ ଯାଇଥିଲେ।ସେମାନଙ୍କ ସାଙ୍ଗରେ ଅନ୍ୟ କେତେଜଣ ଯୁବତୀ ମଧ୍ୟ ବଣ ଭୋଜିରେ ସାମିଲ ହୋଇଥିଲେ। ସେ ବି ନିଜ ପରିବାର ସହ ସେଠାକୁ ଯାଇଥିଲେ । ରୋଷେଇ ଆରମ୍ଭ ହୋଇଥିଲା ।
ଅନୁପମା ଏବଂ ତାଙ୍କ ସାଙ୍ଗମାନେ ମିଶି ନଦୀରେ ଥିବା ସାତ ବଖରା ଦେଖିବାକୁ ଯାଇଥିଲେ । ସେଠାରେ ଅନୁପମା ନିଜ ମୋବାଇଲରେ ସେଲ୍ଫି ନେଉଥିବା ସମୟରେ ଅସାବଧାନତା ଯୋଗୁ ନଦୀ ଭିତରକୁ ଖସି ପଡ଼ିଥିଲେ । ଦେଖୁ ଦେଖୁ ଗଭୀର ଜଳ ଭିତରେ ସେ ନିଖୋଜ ହୋଇ ଯାଇଥିଲେ । ଏହି ଖବର ମିଳିବା ପରେ ବାପା, ମା’ ଓ ସାଙ୍ଗ ସାଥୀମାନେ ଘଟଣା ସ୍ଥଳକୁ ଦୌଡ଼ି ଆସିଥିଲେ ।
ସେହି ସ୍ଥାନରେ କାନ୍ଦ ବୋବାଳି ଆରମ୍ଭ ହୋଇ ଯାଇଥିଲା। ଏ ନେଇ ବାଲିଶଙ୍କରା ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ଅନୁପମାଙ୍କ ନିର୍ବନ୍ଧ ହୋଇଥିବା ବେଳେ ଆସନ୍ତା ଫେବ୍ରୁଆରୀ ମାସ ୧୬ ତାରିଖରେ ତାଙ୍କର ବିବାହ ଝାଡଖଣ୍ଡ ରାଜ୍ୟ ସୀମଡେଗା ଜିଲ୍ଲାରେ ହୋଇଥାନ୍ତା ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0