spot_img

ସମ୍ବଲପୁର ବୁର୍ଲାରେ ଯୁବତୀଙ୍କ ଆତ୍ମହତ୍ୟା

ବୁର୍ଲା:  ମହାନଦୀ ପୋଲ ଉପରୁ ତଳକୁ ଡେଇଁ ଯବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ । ବୁର୍ଲା ପୋଲିସ ଏବଂ ଅଗ୍ନିଶମ ବାହିନୀ ଯୁତୀଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲରେ ଭର୍ତି କରିଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଯୁବତୀଙ୍କ ପରିଚୟ ମିଳିନଥିବାବେଳେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାର ତନାଘନା ଆରମ୍ଭ କରିଛି  । ସୂଚନା ଅନୁସାରେ, ଯୁବତୀ ଜଣଙ୍କ ଗତକଲା ସଂଧ୍ୟା ପ୍ରାୟ ୬.୩୦ ସୁଧା ମହାନଦୀ ପୋଲ ଉପରେ କାନ୍ଦୁଥିବାର ସ୍ଥାନୀୟ ଲୋକମାନେ ଦେଖିଥିଲେ । ସେଠାରେ ଉପସ୍ଥିତ ଲୋକେ ଯେତେବେଳେ ତାଙ୍କୁ ପଚାରି ଥିଲେ ସେ କହିଥିଲେ ଯେ, ସେ ଆତ୍ମହତ୍ୟା କରିବାକୁ ଆସିଛନ୍ତି । ସେତେବେଳେ ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ । ତେବେ ଘଟଣା ସମ୍ପର୍କରେ ପୋଲିସ ଜାଣିବା ପରେ ଯୁବତୀଙ୍କୁ ଉଦ୍ଧାର କରିବାକୁ ଯୋଜନା କରିଥିଲେ । ଏ ସମ୍ପର୍କରେ ଯେତେବେଳେ ଯୁବତୀ ଜଣଙ୍କ ଜାଣିବାକୁ ପାଇଲେ ସେତେବେଳେ ସେ ପୋଲ ତଳକୁ ଡେଇଁ ଆତ୍ମହତ୍ୟା କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular