spot_img

ରାଜନୀତିରେ ହିଂସା ! ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି

ଭୁବନେଶ୍ୱର: ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ଘଟଣା । ଉଭୟଙ୍କୁ ବୀଭତ୍ସ ହତ୍ୟା ଘଟଣା ଏବେ ରାଜନୈତିକ ମହଲରେ ଆଲୋଡନ ସୃଷ୍ଟି କରିଛି । ଆଜି ବିଜେପି ସାମ୍ବାଦିକ ସମ୍ମୁଳନୀ କରି ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛି । ବିଜେପି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର କହିଛନ୍ତି, ପଶ୍ଚିମବଙ୍ଗ ପରି ଓଡିଶାରେ ରାଜନୈତିକ ହିଂସା ଦେଖା ଦେଇଛି । ଶନିବାର ରାତିରେ କୁଳମଣି ବରାଳଙ୍କୁ ରାଜନୈତିକ ଶତ୍ରୁତା ରଖି ହତ୍ୟା କରିବା ଏକ ନିନ୍ଦନୀୟ ଘଟଣା । ଏଭଳି ଅମାନୁଷିକ ହତ୍ୟାକାଣ୍ଡକୁ ବିଜେପି ଘୋର ନିନ୍ଦା କରିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛି । ମାହାଙ୍ଗା ନିର୍ବାଚନ ମଣ୍ଡଳୀର ନୃତଙ୍ଗ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ସାମ୍ନାକୁ ଆସିଥିଲା । ଏହା ବିରୋଧରେ ବିଜେପି ନେତା କୁଳମଣି ବରାଳ ସ୍ୱର ଉଠାଇଥିଲେ । ଗରିବ ଲୋକଙ୍କ ପାଇଁ ମୋଦୀ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲାଗୁ କରିଛନ୍ତି । ମାତ୍ର ରାଜ୍ୟରେ ବିଜେଡି ସରକାର ଦଳୀୟ ଆଧାରରେ ଧନୀକ ଶ୍ରେଣୀର ବିଜେଡି ନେତାଙ୍କୁ ଏହି ଘରକୁ ବଣ୍ଟନ କରିଥିଲେ । ଏହାକୁ ବିରୋଧ କରି ବିଜେପି ନେତା କୁଳମଣି ବରାଳ ସାମ୍ବାଦିକ ସମ୍ମିଳନୀ କରିଥିଲେ ଏବଂ ଏହା ପରେ ପିଡିଡିଆରଡିଏ ଅଯୋଗ୍ୟ ହିତାଧିକାରୀଙ୍କ ପାଖକୁ ନୋଟିସ ପଠାଇଥିଲେ । ଏଥିରେ ଉତ୍ତକ୍ଷିପ୍ତ ହୋଇ ଶାସକ ଦଳର କର୍ମୀମାନେ ତାଙ୍କୁ ହତ୍ୟା କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ସେପଟେ କଂଗ୍ରେସ ବି ଏହି ଘଟଣାକୁ ତୀବ୍ର ନିନ୍ଦା କରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular